ଜନସନ ଆଣ୍ଡ ଜନସନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଉପରେ ରୋକ

ୱାଶିଂଟନ୍()  କୋଭିଡ ମୁକାବିଲାରେ ଆଉ ଏକ ଝଟକା ଲାଗିଛି । ଆମେରିକାରେ ଟୀକା ନିର୍ମାଣ କରୁଥିବା ଜନସନ ଆଣ୍ଡ ଜନସନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ବନ୍ଦ କରାଯାଇଛି । କିଛି ସ୍ୱେଚ୍ଛାସେବୀ ଗୁରୁତର ଭାବରେ ଅସୁସ୍ଥ ହେବା କାରଣରୁ ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ରୋକାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ମାସର ଶେଷ ଭାଗରେ ଆରମ୍ଭ ହୋଇଥିବା ଏହି ପରୀକ୍ଷଣ ପାଇଁ ପ୍ରାୟ ୬୦ ହଜାର ସ୍ୱେଚ୍ଛାସେବୀ ଆବେଦନ କରିଥିଲେ । ପରୀକ୍ଷଣ ବନ୍ଦ କରାଯିବା ସହିତ ଅନଲାଇନ ଆବେଦନ ପାଇଁ ରହିଥିବା ପ୍ରାୟ ୨୦୦ରୁ ଅଧିକ ୱେବସାଇଟକୁ ବନ୍ଦ ରଖାଯାଇଛି । ଆମେରିକା ବ୍ୟତିତ ଆର୍ଜେଣ୍ଟିନା, ବ୍ରାଜିଲ, ଚିଲି, କଲମ୍ବିଆ, ମେକ୍ସିକୋ, ପେରୁ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏହି ଟୀକାର ପରୀକ୍ଷଣ ଜାରି ରହିଥିଲା ।

Share

Leave a Reply

Your email address will not be published. Required fields are marked *

6 + six =