ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷିବ

ଭୁବନେଶ୍ୱର () ଡିପ୍ ଡିପ୍ରେସନ ପ୍ରଭାବରେ ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରାଯାଇଛି। ଟ୍ବିନ୍ ସିଟିରେ ଆଜି  ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

ଏପରିକି ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ରାସ୍ତା ଭଲ ଭାବେ ଦୃଶ୍ୟମାନ ହେବନାହିଁ, ଟ୍ରାଫିକ ସମସ୍ୟା ଉପୁଜିପାରେ । ରାସ୍ତା ଖସଡ଼ା ହୋଇଯିବାର ଆଶଙ୍କା ରହିଛି। ଏଥିଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହେବ। ଏହି ସମୟରେ ଲୋକଙ୍କୁ ଘରୁ ନବାହାରିକୁ ପରାମର୍ଶ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରୂଚନା ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × 5 =