ହାତୀଙ୍କ ଉପଦ୍ରବ,ମଣ୍ଡିରେ ପଶି ଖାଇଗଲେ ଧାନ

ବରଗଡ଼ ଜିଲ୍ଲା ପଦ୍ମପୁରର ଦହିଗାଁ ମାର୍କେଟ୍ ୟାର୍ଡରେ ହାତୀଙ୍କ ଉପଦ୍ରବ। ଆଜି ଭୋରରେ ଏକ ହାତୀପଲ ଧାନମଣ୍ଡିରେ ପଶି ଧାନ ଖାଇ ଦେଇଛନ୍ତି। ତା’ସହିତ ଧାନ ଭର୍ତ୍ତି ବସ୍ତାଗୁଡ଼ିକୁ ଦଳି ଚକଟି ନଷ୍ଟ କରି ପକାଇଛନ୍ତି।
୪୦ରୁ ୫୦ ବସ୍ତା ଧାନକୁ ପାଦରେ ଦଳି ହାତୀମାନେ ନଷ୍ଟ କରିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।
ପୂର୍ବରୁ ଦହିଗାଁ ଅଞ୍ଚଳରେ ୩୦ରୁ ୩୫ଟି ହାତୀ ଆସି ବୁଲୁଥିଲେ।

ଦହିଗାଁ ଅଞ୍ଚଳର ଜଣେ ଚାଷୀ କହିଛନ୍ତି,“ଧାନ ମିଲ୍‌କୁ ଯାଇ ନ ପାରିବାରୁ ୧୦ରୁ୧୨ ଦିନ ହେବ ମଣ୍ଡିରେ ମୋ ଧାନ ପଡ଼ି ରହିଛି। ୧୨ ବସ୍ତା ଧାନ ହାତୀ ନଷ୍ଟ କରିଦେଇଛି। ମଣ୍ଡିରେ ଧାନ ବସ୍ତାକୁ ସୁରକ୍ଷା ଦିଆଯାଉନାହିଁ। ସରକାର ମୋତେ କ୍ଷତିପୂରଣ ଦିଅନ୍ତୁ।”

Share

Leave a Reply

Your email address will not be published. Required fields are marked *

three × four =