ମନ୍ତ୍ରୀ ହବତ ଏମିତି …ମାନବିକତାର ଜ୍ୱଳନ୍ତ ନମୁନା

ବରଗଡ : କୌଣସି ଲୋକଙ୍କୁ ଅସୁବିଧାରେ ପଡିଥିବା ଦେଖିବାକୁ ପାଇଲେ ହଠାତ ତାଙ୍କ ପାଦ ଅଟକିଯାଏ, ଗାଡିର ବ୍ରେକ ଲାଗିଯାଏ । ଦୁର୍ଗତ ବ୍ୟକ୍ତିକୁ ସାହାଯ୍ୟ କରି ତାକୁ ନିଶ୍ଟିତ ସମାଧାନ ବା ଆଶ୍ବସ୍ତି ସ୍ତରରେ ପହଂଚାଇବା ପର୍ଯ୍ୟନ୍ତ ତାଙ୍କୁ ଶାନ୍ତି ମିଳେନି । ଅସୁବିଧାରେ ପଡିଥିବା ଲୋକକୁ ନିଜ ସାଧ୍ୟମତେ ସହାୟତା କରିବା ତାଙ୍କର ଆଦତ । ଆଉ ବାସ୍ତବିକ ସେଭଳି ଜଣେ ମଣିଷ, ମନ୍ତ୍ରୀ ସୁଶାନ୍ତ ସିଂ ।

ଶନିବାର ରାତିରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଭୁବନେଶ୍ୱରରୁ ନିଜ ନିର୍ବାଚନମଣ୍ଡଳୀକୁ ଫେରୁଥିବା ସମୟରେ ବୋଲଗଡ଼ ପ୍ରାୟ ୨କିମି ଆଗରେ କେହି ଦୁଇଜଣ ପଡିଥିବା ମନ୍ତ୍ରୀ ଶ୍ରୀ ସିଂଙ୍କ ନଜରକୁ ଆସିଲା । ହଠାତ ସେ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଲେ ଗାଡି ଅଟକାଇବା ପାଇଁ ।

ଗାଡ଼ିରୁ ତୁରନ୍ତ ଓହ୍ଲାଇ ମନ୍ତ୍ରୀ ଶ୍ରୀ ସିଂ ଦେଖିଲା ବେଳକୁ ରାସ୍ତା ଉପରେ ୨ ଜଣ ଦୁର୍ଘଟଣାରେ ଆହତ ହେଇ ପଡିଥିବା ଦେଖିଥିଲେ । ରକ୍ତ ଜୁଡୁବୁଡୁ ଆବସ୍ଥାରେ ବୋଧ ହୁଏ ବେଶ କିଛି ସମୟ ଧରି ଆହତ ଦୁଇଜଣ ରାସ୍ତା ଉପରେ ପଡିଥିବା ମନ୍ତ୍ରୀ ଶ୍ରୀ ସିଂ ଅନୁଭବ କରି ପାରିଥିଲେ । ଆଉ କିଛି ସମୟ ପଡିଲେ କିଛି ବି ଘଟି ପାରେ, ତେଣୁ ମନ୍ତ୍ରୀ କାଳ ବିଳମ୍ବ ନିଜ ପିଏସଓ ଓ ଡ୍ରାଇଭରଙ୍କ ସହାୟତାରେ ନିଜ ଗାଡ଼ିରେ ବସାଇ ଆହତ ବ୍ୟକ୍ତି ମାନଙ୍କୁ ବୋଲଗଡ଼ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଭର୍ତ୍ତି କରି ତୁରନ୍ତ ନିଜ ଉପସ୍ତିତିରେ ଚିକିତ୍ସା ଆରମ୍ଭ କରାଇଥିଲେ । ଡାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ଆଶ୍ୱସ୍ତ ହେବ ପରେ ନିଜ ନିର୍ବାଚନ ଅଭିମୁଖେ ଗସ୍ତ କରିଥିଲେ ।

ବାସ୍ତବରେ ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ଦୁଇଜଣଙ୍କୁ ଡାକ୍ତରଖାନାରେ ପହଂଚାଇ ସେମମାନଙ୍କ ଚିକିତ୍ସା କରାଇ ନିଆରା ମଣିଷପଣିଆର ପରିଚୟ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ସିଂ ।
ଏହା ମନ୍ତ୍ରୀ ଶ୍ରୀ ସିଂଙ୍କ ସ୍ୱଭାବ, ଅନ୍ୟକୁ ସାଧ୍ୟମତେ ସାହାଯ୍ୟ କରିବା ତାଙ୍କର ଅଭ୍ୟାସ । ସମଗ୍ର ବରଗଡ ଜିଲ୍ଲା ଜଣେ ଅଧିକାଂଶ ଲୋକଙ୍କୁ ଜଣା ଯେ ଦୁଃଖ ନେଇ ମନ୍ତ୍ରୀଙ୍କ ପାଖକୁ ଗୁହାରି କରିବାକୁ ଗଲେ ସେ ପ୍ରାୟତଃ ନିରାଶ ହୋଇ କେହି ଫେରନ୍ତିନି । କେବେ କାହାରି ଦୁଃଖ କଷ୍ଟ ଦେଖି ପାରନ୍ତି ନାହିଁ, ତେଣୁ ସେ ସବୁ ବେଳେ ଲୋକଙ୍କର ସେବା କରିବା ପାଇଁ ପ୍ରସ୍ତୁତ ରୁହନ୍ତି । ଗତ କିଛି ମାସ ତଳେ ଜାମପାଲି ଠାରେ ହେଇଥିବା ସଡକ ଦୁର୍ଘଟଣା ସମସ୍ତଙ୍କର ଆଜି ଭି ମନେ ଅଛି ।

ମନ୍ତ୍ରୀ ସେ ସମୟରେ ନିଜେ ବହୁତ ଅସୁସ୍ଥ ଥାଇ ଡାକ୍ତରଙ୍କ ପରାମର୍ଶରେ ବିଶ୍ରମରେ ଥିଲେ । କିନ୍ତୁ ଦୁର୍ଘଟଣାର ଖବର ପାଇବା ମାତ୍ରେ ସେ ଜମା ସମ୍ଭାଳି ପାରିନଥିଲେ । ତୁରନ୍ତ ଘଟଣା ସ୍ଥଳକୁ ପହଂଛି ଆହତ ମାନଙ୍କୁ ଉଦ୍ଧାର କରି ବରଗଡ଼ ଏବଂ ବୁର୍ଲା ଡାକ୍ତର ଖାନାକୁ ପଠାଇବା ସଙ୍ଗେ ସଙ୍ଗେ ଆହତ ମାନଙ୍କର ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଆଉ ଆହତମାନଙ୍କ ସହାୟତା କରିବା ଭିତରେ ବି ସେ ପୁଣି ଅସୁସ୍ଥତା ଅନୁଭବ କରିଥିଲେ । ସେହିଭଳି ସୋହେଲାରେ ଗତବର୍ଷ ଦୁର୍ଗାପୂଜା ସମୟରେ ସାହୁ ଟିକ୍ରାରେ ନିଜ ଘରେ ମୃତ୍ୟୁବରଣ କରି ପଡିରହିଥିବା ଜଣେ ବୃଦ୍ଧଙ୍କ ଶବକୁ ନିଜେ ମନ୍ତ୍ରୀ ନିଜ ସହଯୋଗୀଙ୍କର ସହଯୋଗରେ ସ୍ମଶାନ କୁ ବୋହି ନେଇ ତାର ଶବସତ୍କାର କରିଥିଲେ । ଏଭଳି ଅନେକ ଅପ୍ରଚାରିତ ନଜିର ରହିଛି ମନ୍ତ୍ରୀ ଶ୍ରୀ ସିଂ ଙ୍କର । ବୋଧ ହୁଏ ଏଇଟା ବୋଧେ ତାଙ୍କ ଲୋକପ୍ରିୟତାର ପ୍ରମୁଖ କାରଣ । ଆଉ ଏଇଥିପାଇଁ ବୋଧେ ଦଳମତ ନିର୍ବିଶେଷରେ କେବଳ ସୋହେଲା କିମ୍ବା ଭଟିଲ ନୁହେଁ, ସାରା ବରଗଡ଼ ଜିଲ୍ଲାର ଗ୍ରହଣୀୟ ତଥା ପ୍ରିୟ ଯୁବ ନେତା ।

Share

Leave a Reply

Your email address will not be published. Required fields are marked *

eleven + 14 =