ସୁନ୍ଦର କେଶ ପାଇଁ ସରଳ ଉପାୟ

କେଶକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଚାହାନ୍ତି। ଯଦି ଆପଣ ବି ନିଜ କେଶକୁ ମଜଭୁତ ଏବଂ ସୁନ୍ଦର କରିବାକୁ ଚାହାନ୍ତି ତେବେ ଜାଣି ରଖନ୍ତୁ କେତୋଟି ଘରୋଇ ଉପାୟ ।

ଗୋଟିଏ ଅଣ୍ଡା, ପାଚିଲା କଦଳୀ , ୫ ଚାମଚ ରୋଜ୍ ଅଏଲ ଏବଂ ଏକ ଚାମଚ ସୂର୍ୟ୍ୟମୁଖୀ ତେଲକୁ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇବା ଦ୍ୱାରା ରୁକ୍ଷ ହେବା, ଫାଟିବା, ଝଡିବା ଭଳି କେଶର ବିଭିନ୍ନ ସମସ୍ୟା ଦୂର ହେବା ସହ ସୁନ୍ଦର ଲାଗିଥାଏ।

ସୁନ୍ଦର ଏବଂ ମଜଭୁତ କେଶ ପାଇଁ ଗୋଟିଏ ଅଣ୍ଡାର କେଶର ସହ ଏକ ଚାମଚ ଲେଖାଏଁ ଆଲମଣ୍ଡ ଅଏଲ, ମହୁ ଏବଂ ଦହି ମିଶାଇ ପ୍ୟାକ୍ ପ୍ରସ୍ତୁତ କରି ଲଗାନ୍ତୁ। ଏହାକୁ ଲଗାଇ ୩୦ ମିନିଟ୍ ରଖିବା ପରେ କେଶ ଧୋଇ ଦିଅନ୍ତୁ।

କେଶ ଝଡିବା ବର୍ତ୍ତମାନ ଅନେକଙ୍କ ଲାଗି ଏକ ପ୍ରମୁଖ ସମସ୍ୟା। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରତିଦିନ କେଶରେ ରସୁଣ ତେଲ ମସାଜ କରି କିଛି ସମୟ କେଶକୁ ଘୋଡାଇ ରଖନ୍ତୁ। ଭଲ ଭାବେ ତେଲ ଭେଦିଯିବା ପରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କଲେ ଖୁବ୍ କମ୍ ଦିନ ଭିତରେ ଆପଣ ଫରକ ଜାଣି ପାରିବେ।

କେଶର ସୌନ୍ଦର୍ୟ୍ୟ ବୃଦ୍ଧି ଲାଗି ବେବି ଅଏଲ୍ ଖୁବ୍ ଭଲ। ଯଦି କେଶକୁ ସ୍ମୁଥ୍ ଏବଂ ସାଇନିଂ କରିବାକୁ ଚାହୁଁଛନ୍ତି ତେବେ ଭଲ ଭାବେ ବେବି ଅଏଲ୍ ମସାଜ କରି ଏକ ଟାଓ୍ବାଲ୍କୁ ଗରମ ପାଣିରେ ବୁଡାଇ ଚିପୁଡି କେଶରେ ଷ୍ଟିମ୍ ଦିଅନ୍ତୁ। ୧୫ ମିନିଟ୍ ପରେ ଶାମ୍ପୁ କରିଦିଅନ୍ତୁ।

ଯଦି ଆପଣଙ୍କ କେଶ ରୁକ୍ଷ ହୋଇ ଯାଉଛି କିମ୍ବା ଛିଣ୍ଡୁଚି ତେବେ ମାଇଲ୍ଡ ଶାମ୍ପୁରେ ଧୋଇବା ପରେ ଚା’ ପତି ପାଣିରେ ମେହେନ୍ଦୀ ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ୧-୨ ଘଣ୍ଟା ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶ ମଜଭୁତ, ଚିକ୍କଣ, ନରମ ଏବଂ ଚକ୍ଚକ୍ ଲାଗିବ।

Share

Leave a Reply

Your email address will not be published. Required fields are marked *

13 − 1 =