ସୁନା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ବାଲେଶ୍ୱର: ସୁନା ବ୍ୟବସାୟୀଙ୍କ ଘରେ ପଶି ଲୁଟିନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ସୋର ଥାନା ସାଉଡ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଏଠାକାର ଜଣାଶୁଣା ସୁନା ବ୍ୟବସାୟୀ ସନାତନ କାମିଳାଙ୍କ ଘରେ ପଶି ଲୁଟେରାମାନେ ୨୫୦ ଗ୍ରାମ ସୁନା ଏବଂ ୪କେଜିରୁ ଅଧିକ ରୂପା ଲୁଟିନେଇଛନ୍ତି । ତେବେ ଦୁର୍ବତ୍ତଙ୍କ ଆକ୍ରମଣରେ ୫ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସନାତନଙ୍କ ଘରେ ପଶିଥିଲେ । ସନାତନ ଚାଲାକ କରି ପଡିଶାଘର ଲୋକଙ୍କୁ ଡକାଇଦେଇଥିଲେ । ଦୁର୍ବତ୍ତମାନେ ଲୋକଙ୍କୁ ଦେଖିବା ପରେ ଗୁଳି ଚାଳନା କରିଥିଲେ । ୫ରାଉଣ୍ଡ ଗୁଳି ଚଳାଇ ସୁନା ରୂପା ନେଇ ଚମ୍ପଟ ମାରିଛନ୍ତି । ସେପଟେ ଏହି ଗୁଳି ଚାଳନାରେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସଦ୍ୟ ସୂଚନା ମୁତାବକ ୨ଜଣଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଇଛି । ପୋଲିସ ଖବର ପାଇ ଘଟଣାର ତଦନ୍ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

thirteen + sixteen =