ଓଡିଶାରେ ଲାଗୁ ହେବ NRC

ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ମନ୍ତ୍ରଣାଳୟ । ଚିଠିରେ କେନ୍ଦ୍ରାପଡାରେ NRC ଲାଗୁ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ ଚଳିତବର୍ଷ ଜାନୁଆରୀ ୨୧ରେ ଓଡିଶା ହାଇକୋର୍ଟ ଦେଇଥିବା ରାୟ ସମ୍ପର୍କରେ ଉଲ୍ଲେଖ ଅଛି ।

ଏନଆରସି ଲାଗୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି । ଏଥିପାଇଁ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ତେଣୁ ଆମିକସ କ୍ୟୁରିଙ୍କ ପରାମର୍ଶ ଆଧାରରରେ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । ଏହି ଚିଠି ପରେ କେନ୍ଦ୍ରପଡାରେ ଏନଆରସି ଲାଗୁ ହୋଇପାରେ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

five − one =