ବାହୁଡ଼ାରେ ମଧ୍ୟ ପୁରୀରେ ଲାଗୁହେବ କର୍ଫ୍ୟୁ

ପୁରୀ: ରଥଯାତ୍ରା ଭଳି ବାହୁଡ଼ାଯାତ୍ରାରେ ମଧ୍ୟ ପୁରୀରେ ଲାଗୁହେବ କର୍ଫ୍ୟୁ । ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ରଥଯାତ୍ରାରେ ଯେଉଁସବୁ ନିୟମ ଥିଲା ବାହୁଡ଼ାରେ ମଧ୍ୟ ସେହି ନିୟମ ରହିବ ବୋଲି କୁହାଯାଇଛି । ସୂଚନା ଥାଉକି, ଚଳିତବର୍ଷ ବିନା ଭକ୍ତରେ ହୋଇଛି ରଥଯାତ୍ରା । ସେବାୟତମାନେ ରଥ ଟାଣିଥିଲେ । ଏପରିକି ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ ମଧ୍ୟ ଲାଗିଥିଲା କଟକଣା । ଏପରିକି ଅନେକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

5 − 1 =