ଆଜିଠାରୁ ଝାରସୁଗୁଡାରୁ ରାୟପୁରକୁ ଉଡିବ ବିମାନ

ଝାରସୁଗୁଡା()  ଆଜିଠାରୁ ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ଉଡିବ ବିମାନ।ଆଲିଆନସ ଏୟାର ପକ୍ଷରୁ ଚାଲିବ ବିମାନ । ଉଡ଼ାନ-୩ ଯୋଜନାରେ ୫ ତାରିଖଠାରୁ ନିୟମିତ ଉଡ଼ାଣ କରିବାକୁ ଥିବା ଏହି ବିମାନ କମ୍ପାନି ପକ୍ଷରୁ ସମୟସୂଚୀ ମଧ୍ୟ ପ୍ରକାଶ ପାଇ ସାରିଛି ଓ ଟିକେଟ ବିକ୍ରୟ ମଧ୍ୟ ହୋଇ ସାରିଛି।

୨ ମାସ ତଳୁ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇସଜେଟ ପକ୍ଷରୁ ବିମାନ ଚଳାଚଳ ଆରମ୍ଭ ହୋଇସାରିଛି। ଏୟାର ଅଥୋରିଟି ଇଣ୍ଡିଆ ପକ୍ଷରୁ ଗତ ଜୁନ ୧ ତାରିଖରୁ ଭୁବନେଶ୍ବର ଏବଂ ରାୟପୁରକୁ ବିମାନସେବା ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲା । ଆନିର୍ବାର୍ୟ୍ୟ କାରଣ ପାଇଁ ଏହା ୫ ତାରିଖରୁ ଆରମ୍ଭ ହେବ ବୋଲି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + 7 =