ଶ୍ରୀନଗରରେ ଉଡିଲା ପାକିସ୍ତାନୀ ପତାକା

ଜମ୍ମୁ କାଶ୍ମୀର ()   ଇଦ୍ ପାଳିତ ହେଉଥିବା ବେଳେ ଜମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଛି ହିଂସା । ଶ୍ରୀନଗର ସ୍ଥିତ ଜମିଆ ମସ୍ଜିଦ୍ରେ ସୁରକ୍ଷା କର୍ମୀଙ୍କ ଉପରକୁ ଢେଲା ପଥର ମାଡ଼ କରିଛନ୍ତି ବିଶୃଙ୍ଖଳାକାରୀ । ଏଥିସହ ଆତଙ୍କବାଦୀ ଜାକିର ମୁସା ଏବଂ ୟୁଏନ୍ ସ୍ୱୀକୃତ ମାସୁଦ ଆଝରର ଫଟୋ ଥିବା ବ୍ୟାନର ପ୍ରଦର୍ଶନ କରିଛନ୍ତି ।

ଦୁର୍ବୃତ୍ତମାନେ ପ୍ରଦର୍ଶିତ କରୁଥିଲେ ଏକାଧିକ ପୋଷ୍ଟର । ଯେଉଁଥିରେ ଲେଖାଥିଲା ଜାକିର ମୂଷା ଆର୍ମି , କାଶ୍ମୀର ବନେଗା ପାକିସ୍ତାନ, ଜେଇଏମ୍ । ସବୁଠୁ ବଡ କଥା ହେଉଛି ସେନା ଏନକାଉଂଟରରେ ନିହତ ଆତଙ୍କୀ ବୁରୁହାନ ୱାନୀ, ମୋଷ୍ଟ ୱାଟେଂଡ୍ ଟେରରିଷ୍ଟ ହଫିଜ୍ ସୟିଦ, ଜାକିର ମୂଷାର ଫଟୋ ସହିତ ଆଇଏସଆଇଏସ ପତାକାର ଲୋଗୋ ବି ରହିଥିଲା ଏହି ପୋଷ୍ଟର ଗୁଡିକରେ । ଏହା ସହିତ ଜେଇଏମର ଲୋଗୋ ବି ଦେଖିବାକୁ ମିଳିଥିଲା କିଛି ପୋଷ୍ଟରରେ ।

Share

Leave a Reply

Your email address will not be published. Required fields are marked *

20 − two =