ସର୍ବାଧିକ ଲୋକଙ୍କ ଚଏସ୍ ନବୀନ

ଭୁବନେଶ୍ୱର () ନିର୍ବାଚନ ଆଉ ମାତ୍ର ମାସ କେଇଟା ବାକିଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବେବି ଭୋଟରଙ୍କ ପ୍ରଥମ ପସନ୍ଦ । ଇଣ୍ଡିଆ ଟୁଡେର ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ସର୍ଭେ ଅନୁଯାୟୀ 59 ପ୍ରତିଶତ ଭୋଟର ନବୀନ  ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମାତ୍ର 21 ପ୍ରତିଶତ ଲୋକ ଚାହୁଁଛନ୍ତି ।

ବିରୋଧୀଦଳ ସରକାରଙ୍କ ପ୍ରଦର୍ଶନ ନେଇ ବାରମ୍ବାର ଅଭିଯୋଗ ଉଠାଉଥିବା ବେଳେ 44 ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ନେଇ ସନ୍ତୁଷ୍ଟ । ତେବେ 19 ପ୍ରତିଶତ ସରକାରଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ । ସେହିଭଳି 76 ପ୍ରତିଶତ ଲୋକ ରଫେଲ ଦୁର୍ନୀତି ସମ୍ପର୍କରେ ଯାଣନ୍ତି ନାହିଁ । ଯେଉଁମାନେ ଏହି ଡିଲ ସମ୍ପର୍କରେ ଜାଣନ୍ତି ସେମାନଙ୍କ ମଧ୍ୟରୁ 79 ପ୍ରତିଶତ ଲୋକଙ୍କ ମତରେ ସରକାର ଏହାର ଦର ସର୍ବସାଧାରଣରେ ପ୍ରକାଶ କରିବା ଉଚିତ ନୁହେଁ ।

ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସର୍ଭେ ଟେଲିଫୋନ ଜରିଆରେ ଲୋକଙ୍କ ମତାମତ ନେଇ ସଂଗ୍ରହ କରାଯାଇଥିଲା । 21ଟି ଲୋକସଭା କ୍ଷେତ୍ରର 8232 ଜଣଙ୍କ ମତାମତ ସଂଗ୍ରହ କରାଯାଇଥିଲା ।

ସେହିଭଳି ବିହାରରେ 38 ପ୍ରତିଶତ ଭୋଟର ନୀତିଶ କୁମାର ନେତୃତ୍ୱାଧୀନ ସରକାରର ପ୍ରଦର୍ଶନ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । 49 ପ୍ରତିଶତ ଲୋକଙ୍କ ମତରେ ନୀତିଶ ଆରଜେଡି- କଂଗ୍ରେସ ମେଣ୍ଟରୁ ଦୁରେଇଯିବା ପରେ ଦୁର୍ନୀତି ହ୍ରାସ ପାଇଛି । 46 ପ୍ରତିଶତ ଲୋକ ନୀତିଶଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବେଳେ ଲାଲୁଙ୍କ ପୁଅ ତେଜସ୍ୱି ଯାଦବଙ୍କ ସପକ୍ଷରେ ମତ ଦେଇଛନ୍ତି ।

ସ୍ୱଚ୍ଛତା, ନିଯୁକ୍ତି ଓ ପାନୀୟ ଜଳ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହେବ । ବିହାରର 40ଟି ଲୋକସଭା କ୍ଷେତ୍ରର 15,375 ଜଣ ଲୋକଙ୍କ ମତ ତେଲେଫୋନ ଯୋଗେ ସଂଗ୍ରହ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

19 − fourteen =