ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର 

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମଥର ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଶ୍ୱେଶର ଟୁଡୁ । ୬ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଟୁଡୁ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ବାଦ୍ୟ ସହ ଟୁଡୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।ତେବେ ବିମାନବନ୍ଦରେ ପହଂଚି କେନ୍ଦ୍ରମନ୍ତ୍ରୀ ଟୁଡୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ପ୍ରଭୁ ଲିଙ୍ଗରାଜକୁ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି, ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସେ କହିଛନ୍ତି, ଖୁବ ଶୀଘ୍ର ଓଡ଼ିଶାର ସମସ୍ତ ଜଳ ବିବାଦର ସମାଧାନ ହେବ । ଟ୍ରିବ୍ୟୁନାଲରେ ଥିବା ସମସ୍ତ ମାମଲାକୁ ଅନୁଧ୍ୟାନ କରାଯାଉଛି । ଦୁଇ ରାଜ୍ୟ ଜିଦ ଛାଡ଼ି ଆପୋଷ ଆଲୋଚନା କଲେ ସମସ୍ୟା ତୁଟିବ । ପରେ ସିଧାସଳଖ ପୁରୀ ଗସ୍ତ କରିବେ । ସେଠି ପ୍ରଥମେ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟିବା ସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଏହାପରେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ପରେ ମୟୂରଭଞ୍ଜ ଗସ୍ତ କରି ସେଠି ଜନଆଶୀର୍ବାଦ ଯାତ୍ରାରେ ସାମିଲ ହେବେ ।

Share

Leave a Reply

Your email address will not be published. Required fields are marked *

8 + 20 =