ଏହିସବୁ ପ୍ରତିବନ୍ଧକ ରାଜଧାନୀରୁ ହଟିବ ନାହିଁ

ଭୁବନେଶ୍ୱର () କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଗାମୀ ଅପ୍ରିଲ ୩୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ ଡାଉନ୍‌କୁ ବୃଦ୍ଧି କରିଛନ୍ତି ।  ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଗଣମାଧ୍ୟମ ଜରିଆରେ ବର୍ଦ୍ଧିତ ହୋଇଥିବା ଏହି ଲକ୍‌ ଡାଉନ୍‌ ସମୟ ମଧ୍ୟରେ କରାଯିବାକୁ ଥିବା କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ।

କୃଷି ବିଭାଗ: କୃଷି କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖି ସମସ୍ତ କୃଷି କାର୍ଯ୍ୟ, ଏହାର ପରିବହନ ଓ ବିକ୍ରୟ କାର୍ଯ୍ୟ କରାଯିବ । ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ କୃଷିଜାତ ଦ୍ରବ୍ୟ ସଂଗ୍ରହ ଓ ଏଥିରେ ନିୟୋଜିତ ସଂସ୍ଥାଗୁଡ଼ିକ ଲକ୍‌ ଡାଉନ୍‌ରୁ ବାଦ୍‌ ଦିଆଯାଇଛି । ପନିପରିବା ଏବଂ ଫଳ ଯୋଗାଣ କରୁଥିବା ସମସ୍ତ ବେସରକାରୀ ବ୍ୟକ୍ତି ଏବଂ ବ୍ୟବସାୟୀ ସମେତ କୃଷି, ଉଦ୍ୟାନ କୃଷିଜାତ ଦ୍ରବ୍ୟ ପରିବହନକୁ ଲକ୍‌ ଡାଉନ୍‌ରୁ ମୁକ୍ତ ରଖାଯାଇଛି । ନିୟନ୍ତ୍ରିତ ବଜାର କମିଟି, କୃଷି ସମବାୟ ସମିତି, ଲ୍ୟାମ୍ପସ୍‌, ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମଣ୍ଡି, ଗ୍ରାମ୍ୟ ହାଟରେ କୃଷକ, କୃଷି ଉତ୍ପାଦକ ଗୋଷ୍ଠୀ ଏବଂ ସମବାୟ ସମିତି ମାଧ୍ୟମରେ ସିଧାସଳଖ କୃଷକମାନଙ୍କଠାରୁ କୃଷିଜାତ ଦ୍ରବ୍ୟ କ୍ରୟ କରାଯିବ ।

ସମସ୍ତ୍‌ କୃଷି, ଉଦ୍ୟାନ କୃଷି ଏବଂ ଫୁଲଚାଷନିମନ୍ତେ ବିହନ ବୁଣା, ନର୍ସରୀ ପ୍ରସ୍ତୁତି, ଜମି ପ୍ରସ୍ତୁତି, ଜଳସେଚନ, ବୃକ୍ଷରୋପଣ, ଅମଳ, ପକି୍ରୟାକରଣ ଓ ପ୍ୟାକେଜିଂ କରାଯିବ । ଅମଳ ପରିବର୍ତ୍ତୀ ସମସ୍ତ କୃଷି କାର୍ଯ୍ୟ ଚାଲୁ ରହିବ । ବିହନ ପ ୍ରସ୍ତୁତି ଏବଂ ଏହାର ବିତରଣ ଓ ବିକ ୍ରୟ ସମେତ ଏହାର ବିହନ ପରିବହନ କାଯ ର୍୍ୟ କରାଯିବ । କୃଷି ଯନ୍ତ୍ରପାତି ମରାମତି ନିମନ୍ତେ ଆଗ୍ରୋ ସର୍ଭିସ ସେଣ୍ଟର, ୱାର୍କସପ୍‌ ଏବଂ ମରାମତି ନିମନ୍ତେ ଆବଶ୍ୟକ ଯନ୍ତ୍ରାଂଶ ଦୋକାନ ଖୋଲାରହିବ ।

ସାର, କୀଟନାଶକ ଔଷଧ, ବିହନ ଏବଂ କୃଷି ଯନ୍ତ୍ରପାତିର ଉତ୍ପାଦନକାରୀ ସଂସ୍ଥା, ଗୋଦାମ ଘର, ପ୍ୟାକେଜିଂ ସଂସ୍ଥା, ଏହାର ହୋଲ୍‌ସେଲର, ଡିଲର ଏବଂ ସଂପର୍କିତ ଖୁଚୁରା ଦୋକାନ ଆଦି ଖୋଲା ରହିବ । ରାଜ୍ୟରେ ଥିବା ଶୀତଳ ଭଣ୍ଡାର,ପଣ୍ୟାଗାରା, ପ୍ୟାକେଜିଂ ୟୁନିଟ୍‌ ଓ ଏ ସଂପର୍କିତ ପରିବହନ କାର୍ଯ୍ୟ ଚାଲୁରହିବ । ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ କୃଷି ଯନ୍ତ୍ରପାତି ଆଦି ପରିବହନ କରାଯାଇପାରିବ । କୃଷି କାର୍ଯ୍ୟ ନିମନ୍ତେ ବିହନ, ମୃତ୍ତିକା, ସାର ଏବଂ କୀଟନାଶକ ଔଷଧର ପରୀକ୍ଷାଗାର କାର୍ଯ୍ୟକରିବ । ଚାଷକାର୍ଯ୍ୟ, ମୋ ପୋଖରୀ ଖନନ, ଫାର୍ମ ପଣ୍ଡ ଏବଂ ଜଳ ସଂରକ୍ଷଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରିପାରିବେ । ଏହି ସମୟରେ କ୍ରପ୍‌ କଟିଂ ପରୀକ୍ଷା ଏବଂ ବୀମା ପାଇଁ କ୍ଷୟକ୍ଷତିର ଆକଳନ କରାଯାଇପାରିବ । ସରକାରୀ ସଂସ୍ଥା ଦ୍ୱାରା କୃଷି ଓ ଉଦ୍ୟାନ କୃଷି ସମ୍ବନ୍ଧୀୟ ପ୍ରଦର୍ଶନ, ସଚେତନତା କାର୍ଯ୍ୟକ୍ରମ ଆଦି ଚାଲୁରହିବ ।

ସମବାୟ ବିଭାଗ : ସମବାୟ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ପ୍ୟାକ୍‌ସ୍‌, ଲ୍ୟାମ୍ପସ୍‌ ଦ୍ୱାରା ଖରିଫ୍‌ ଋଣ ପ୍ରଦାନ ସଂପର୍କିତ ସମସ୍ତ କାର୍ଯ୍ୟ ଚାଲୁ ରହିବ । ନାଫେଡ୍‌/ମାର୍କଫେଡ୍‌ ଏବଂ ନାଫେଡ୍‌ ଦ୍ୱାରା ପ୍ରାଧିକୃତ ସଂସ୍ଥା ଦ୍ୱାରା ଡାଲି ଏବଂ ତୈଳବୀଜ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁରହିବ । ସର୍ବନିମ୍ନ ସହାୟକ ମୂଲ୍ୟରେ ରବିଧାନ ଅମଳ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ଓ ମଣ୍ଡି ଦ୍ୱାରା ଧାନ ସଂଗ୍ରହ ସମସ୍ତ କାର୍ଯ୍ୟକ୍ରମ ଚାଲୁରହିବ । ଗ୍ରାମାଞ୍ଚଳରୁ ମଣ୍ଡିକୁ ଧାନ ପରିବହନ ଏବଂ ମଣ୍ଡିରୁ ମିଲ୍‌କୁ ଧାନ ପରିବହନ କାର୍ଯ୍ୟ ଅବ୍ୟାହତ ରହିବ ।

ମତ୍ସ୍ୟ ଓ ପ୍ରାଣୀସଂପଦ : ସମସ୍ତ ମତ୍ସ୍ୟ ଓ ପ୍ରାଣୀସଂପଦ ସଂପୃକ୍ତ କାର୍ଯ୍ୟ ଚାଲୁରହିବ । ମତ୍ସ୍ୟ ଓ ପ୍ରାଣୀଜାତ ଦ୍ରବ୍ୟର ଉତ୍ପାଦନ, ଅମଳ, ସଂଗ୍ରହ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ଗୋଦାମରେ ସାଇତି ରଖିବା, ପରିବହନ ଓ ବିତରଣ କାର୍ଯ୍ୟ ଚାଲୁରହିବ । ଏଥି ସହିତ ଖୁଚୁରାରେ ଅଣ୍ଡା, ମାଛ, ମାଂସ, ଚିଙ୍ଗୁଡ଼ି ଓ ଦୁU ଏବଂ ଦୁUଜାତ ଦ୍ରବ୍ୟର ବିକି୍ର କାର୍ଯ୍ୟ ଚାଲୁରହିବ । ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ, ଗୃହପାଳିତ ସମସ୍ତ ପଶୁମାନଙ୍କର ଖାଦ୍ୟ, ମତ୍ସ୍ୟ ଚାଷ ପାଇଁ ଖାଦ୍ୟର ଉତ୍ପାଦନ, ପରିବହନ, ବିତରଣ ଓ ଖୁଚୁରା ବିକ୍ରୟ କାର୍ଯ୍ୟ କରାଯିବ । ସମସ୍ତ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କାର୍ଯ୍ୟ ଚାଲୁରହିବ । ସରକାରୀ ଓ ବେସରକାରୀ ପ୍ରାଣୀ ଚିକିତ୍ସାଳୟ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା, ଏଲ୍‌.ଆଇ ସେଣ୍ଟର ଆଦି ଖୋଲା ରହିବ । କୃତି୍ରମ ପ୍ରଜନନ କେନ୍ଦ୍ର, ଟୀକାକରଣ ସେବା, ରୋଗ ନିରୁପଣ ପରୀକ୍ଷାଗାର, ସରକାରୀ ପ୍ରାଣୀସଂପଦ ଓ ଗୋଖାଦ୍ୟ, ଫ୍ରୋଜନ୍‌ ସିମେନ୍‌ ବ୍ୟାଙ୍କ ବାୟୋଲୋଜିକାଲ୍‌ ଉତ୍ପାଦ ପ୍ରତିଷ୍ଠାନ ଖୋଲା ରହିବ । ମଧୁର ଜଳ, ଖାରପାଣି ଏବଂ ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ କାର୍ଯ୍ୟକ୍ରମ, ବରଫ କଳ, ମାଛ ପରୀକ୍ଷଣ କେନ୍ଦ୍ର, ସାମୁଦି୍ରକ ମାଛର ଗୁଣାତ୍ମକ ମାନ ପରୀକ୍ଷଣାଗାର ଓ ଏସବୁ କାର୍ଯ୍ୟ ନିମନ୍ତେ ଟେକ୍‌ନିସିଆନ୍‌, ମତ୍ସ୍ୟଜୀବୀମାନଙ୍କର ଯାତାୟତ ଓ ପରିବହନ କାର୍ଯ୍ୟ ଚାଲୁରହିବ । ଯାଆଁଳ ଉତ୍ପାଦନ କେନ୍ଦ୍ର ଏବଂ ବିହନ ଉତ୍ପାଦନ କାର୍ଯ୍ୟ କରାଯିବ । ମାଛଧରା ବନ୍ଦର, ମତ୍ସ୍ୟ ଅବତରଣ କେନ୍ଦ୍ର, ମାଛ ନିଲାମ ସ୍ଥଳ, ମାଛ ଜାଲ ନିର୍ମାଣ, କାରଖାନା ଏବଂ ମାଛଜାଲ ମରାମତି କେନ୍ଦ୍ର ଏବଂ ଶୁଖୁଆ ପ୍ରସ୍ତୁତି ସ୍ଥଳଗୁଡ଼ିକ କାର୍ଯ୍ୟକ୍ରମ ହେବ । ଗୋଶାଳାଗୁଡ଼ିକ କାର୍ଯ୍ୟ କରିବ । ବୁଲା ପଶୁମାନଙ୍କ ପାଇଁ ଖାଦ୍ୟ ଯୋଗାଣ କରାଯିବ ।

ପଞ୍ଚାୟତିରାଜ : ନରେଗା(ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) କାର୍ଯ୍ୟ ଚାଲୁ ରହିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପMାଘର ଯୋଜନା, ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମାଣ କାର୍ଯ୍ୟ ଜାରି ରହିବ । ପାନୀୟ ଜଳ ସଂପର୍କିତ ନୁତନ ପ୍ରକଳ୍ପ, ନିର୍ମାଣାଧୀନ ପ୍ରକଳ୍ପ ଓ ଆବଶ୍ୟକ ମରାମତି କାର୍ଯ୍ୟ ଚାଲୁ ରହିବ ।

ଜଙ୍ଗଲ ଓ ପରିବେଶ ବିଭାଗ : ବୃକ୍ଷରୋପଣ, ଏହାର ସଂରକ୍ଷଣ, ନର୍ସରୀ କାର୍ଯ୍ୟକ୍ରମ, କେନ୍ଦୁପତ୍ର ତୋଳିବା ଓ ତତ୍‌ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ବିକି୍ରବଟା, ବନ୍ୟପ୍ରାଣୀମାନଙ୍କ ନିମନ୍ତେ ଜଙ୍ଗଲରେ ଜଳାଶୟ ନିର୍ମାଣ ଓ ଏହାର ମରାମତି ଆଦି କାର୍ଯ୍ୟ ଏହି ୨ୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମୟରେ କରାଯାଇପାରିବ ।

ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ : ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମୟରେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ନିର୍ଦ୍ଦେଶକ୍ରମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ବିଭିନ୍ନ ଉତ୍ପାଦନ ଓ ବିପଣନ କାର୍ଯ୍ୟ ସମେତ ମିଶନ ଶକ୍ତି କାର୍ଯ୍ୟକ୍ରମ ଜାରି ରହିବ । । ଜନସାଧାରଣଙ୍କ ଅନୁରୋଧ କ୍ରମେ ସରକାର ରେଷ୍ଟୁରାଣ୍ଟରେ ପ୍ରସ୍ତୁତ ଖାଦ୍ୟର ହୋମ୍‌ ଡେଲିଭରୀ ଏବଂ ଫ୍ଲିପ୍‌କାର୍ଟ, ଆମାଜନ୍‌, ବ୍ଲୁ-ଡାର୍ଟ, ଡିଟିଡିସି, ଜମାଟୋ ଆଦି ଅନ୍‌ଲାଇନ୍‌ ଇକମସ ର୍ ସେବାରେ ବିଭିନ୍ନ ଦ୍ରବ୍ୟର ହୋମ୍‌ ଡେଲିଭରୀ କୁ ଲକ୍‌ ଡାଉନ ୍‌ କଟକଣାମୁକ୍ତ କରିଛନ୍ତି । ଏଥି ପାଇଁ ସଂପୃକ୍ତ ଅପରେଟରମାନେ ଘରେ ଏହି ଆବଶ୍ୟକ ଦ୍ରବ୍ୟ ପହଞ୍ଚାଇ ପାରିବେ । ଲୋକମାନେ ଏହି ସମୟରେ ଢାବାରେ ବସି ଖାଇପାରିବେ ନାହିଁ, କିନ୍ତୁ ଖାଦ୍ୟ ସାମଗ୍ରୀ ଘରକୁ ନେଇପାରିବେ ।

ଉପରୋକ୍ତ ସବୁକାର୍ଯ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖାଯିବ । କୃଷି କ୍ଷେତ୍ରରେ ଧାନ କାଟିବା, ଧାନ ଅମଳ, ଯନ୍ତ୍ରପାତି ମରାମତି ଆଦି ସବୁ କ୍ଷେତ୍ରରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି । ଯେଉଁସବୁ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌ (ସଂକ୍ରମଣ ପ୍ରତିରୋଧ ଇଲାକା) ଭାବେ ଘୋଷିତ ହୋଇଛି, ସେସବୁ ଅଞ୍ଚଳରେ ଉପରୋକ୍ତ ସେବା ଓ କାର୍ଯ୍ୟ କରାଯିବ ନାହିଁ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁସାରେ କାର୍ଯ୍ୟ କରାଯିବ । ବିଭିନ୍ନ ଶିଳ୍ପ ସଂସ୍ଥା/ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକରେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ କର୍ମଚାରୀମାନେ ସଂପୃକ୍ତ ସଂସ୍ଥା ପରିସରରେ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ କରିବେ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଯାନବାହନ ଚଳାଚଳ କରିବ । ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକର ଯାନବାହନ ଚଳାଚଳ କଟକଣାମୁକ୍ତ ରହିବ । ୨ୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ଭୁବନେଶ୍ୱର ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ସରକାରଙ୍କ ତରଫରୁ ଜାରି କରାଯିବ ।

Share

Leave a Reply

Your email address will not be published. Required fields are marked *

ten + 16 =