ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ

ଭୁବନେଶ୍ୱର: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ମାଧ୍ୟମରେ ଅଜିତ ମଙ୍ଗରାଜଙ୍କ ବିୟୋଗ ନେଇ ଶୋକବ୍ୟକ୍ତ କରିଛନ୍ତି ନବୀନ | ଅଜିତଙ୍କ ଅକାଳ ବିୟୋଗ ନେଇ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ଗତ କିଛି ଦିନ ତଳେ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଅଜିିତଙ୍କ ବଡ଼ ଭାଇଙ୍କ ସହ ଫୋନ୍ ଯୋଗେ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ | ତେବେ ଅଜିତଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟପାଳଙ୍କ ଏବଂ ଆହୁରି ଅନେକ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି ।ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହା ବିଶ୍ୱାସ ନକରିବା ଭଳି ଖବର । ଅଜିତ ଭାଇ ମୋର ଜଣେ ବନ୍ଧୁ ଥିଲେ । ସେ ଜଣେ ଭଲ ସାମାଜିକ କର୍ମୀ ମଧ୍ୟ ଥିଲେ ।

ସେହିଭଳି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ କଂଗ୍ରେସ ଦଳ ଓ ନେତା ମର୍ମାହତ । ଅଜିତ ଜଣେ ମିଷ୍ଠାଭାଷୀ, ପରିଶ୍ରମୀ ଓ ଦୃଢ ସଂଗଠକ । ପିପିଲି ଅଞ୍ଚଳରେ ଅତ୍ୟନ୍ତ ଲୋକ ପ୍ରିୟ ବ୍ୟକ୍ତିତ୍ୱ ଥିଲେ ଅଜିତ । ଅଜିତ ମଙ୍ଗରାଜଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ନେତା ତାରା ବାହିନୀପତି, ରମେଶ ଜେନା, ପ୍ରଦୀପ ମାଝି, ରଞ୍ଜିବ ବିଶ୍ୱାଳ, ବିଜେଡି ସାଂସଦ ମୁନ୍ନା ଖାଁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − eight =