ବାଲେଶ୍ୱରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ

ବାଲେଶ୍ୱର / ଜୟପୁର() କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି । ଏହାର ଫଳସ୍ୱରୂପ ସୋମବାର ରାଜ୍ୟର ବାଲେଶ୍ୱର ଓ ଜୟପୁରରେ ଗୋଟିଏ ଲେଖାଏଁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଜୟପୁରରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍ ହସ୍ପିଟାଲରେ ବେଡ଼୍ ସଂଖ୍ୟା ୧୫୦ ଥିବା ବେଳେ ବାଲେଶ୍ୱରରେ କାର୍ଯ୍ୟକ୍ଷମ କୋଭିଡ୍ ହସ୍ପିଟାଲରେ ୧୨୦ଟି ବେଡ୍ ଥିବା ସୂଚନା ଦିଆଯାଇଛି । କୋରାପୁଟର ଜୟପୁରରେ କାର୍ଯ୍ୟକ୍ଷମ ଏହି କୋଭିଡ୍ ହସ୍ପିଟାଲକୁ ସହରର ପୁରୁଣା ମେଡ଼ିକାଲ୍ରେ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ମେଡ଼ିକାଲ୍ ହେବା ପରେ ଏହିଠାରେ କେବଳ ରକ୍ତଭଣ୍ଡାର ଓ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟ କରୁଥିଲା, ଅନ୍ୟ ଅଂଶଗୁଡ଼ିକ ଭୂତ କୋଠି ହୋଇ ରହିଥିଲା । ଏହାକୁ ସାନିଟାଇଜ୍ କରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

3 × 5 =