ଭୟଙ୍କର ହେଲାଣି ଯୁଦ୍ଧ,ଋଷ ଆକ୍ରମଣରେ ୧୩୭ ମୃତ

ସାଂଘାତିକ ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟିଏ ଦିନ ବିତିଗଲାଣି । ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିଭ୍‌ରେ ଶୁଣିବାକୁ ମିଳିଛି ବିସ୍ଫୋରଣର ଭୟଙ୍କର ଶଦ୍ଦ । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, କିବର ମଧ୍ୟ ଭାଗରେ ୨ଟି ବିସ୍ଫୋରଣ , ପୂର୍ବ ଭାଗରେ ଗୋଟିଏ ବିସ୍ଫୋରଣ ନେଇ ସୂଚନା ରହିଛି । ୟୁକ୍ରେନର ପୂର୍ବ ଗୃହମନ୍ତ୍ରୀ ଏହି ବିସ୍ଫୋରଣ ଶୁଣିଥିବା ଦାବି କରିଛନ୍ତି ।
ଅନ୍ୟପଟେ ଋଷ ଆକ୍ରମଣରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ଦେଶର ୩୧୬ ଜଣ ନାଗରିକ ଆହତ ହୋଇଛନ୍ତି । ସୈିନିକ ଓ ନାଗରିକଙ୍କ ମୃତାହତ ନେଇ ୟୁକ୍ରେନ ରାଷ୍ଟ୍ରପତି ଏହି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − 1 =