ସେୟାର ବଜାରରେ ଟଙ୍କା ଲଗାଉଥିବା ଲୋକଙ୍କୁ ସତର୍କ କରାଇଲେ ଗଭର୍ଣ୍ଣର

ନୂଆଦିଲ୍ଲୀ() ସେୟାର ବଜାରରେ ଟଙ୍କା ଲଗାଉଥିବା ଲୋକଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏକ ଇଣ୍ଟରଭ୍ୟୁରେ ଶକ୍ତିକାନ୍ତ କହିଛନ୍ତି ଯେ, ଘରୋଇ ବଜାରର ପରିସ୍ଥିତି ସହ ଅର୍ଥବ୍ୟବସ୍ଥାର ପ୍ରକୃତ ସ୍ଥିତି ମେଳ ଖାଉନାହିଁ । ଏଭଳି ପରିସ୍ଥିତିରେ ଆଗାମୀ ସମୟରେ ଷ୍ଟକ୍ ମାକେର୍ଟର ଦିଗ ନିଶ୍ଚିତ ରୂପେ ବଦଳିଯିବ । ଏହା ସହ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଯେ, ‘ଆଗକୁ ସେୟାର ବଜାରରେ ହ୍ରାସ ଘଟିବ, କିନ୍ତୁ ଏହି ହ୍ରାସ କେତେ ଦିନ ପର୍ଯ୍ୟନ୍ତ ଆସିବ ତାହା ଆମେ କହିପାରିବୁ ନାହିଁ ।

Share

Leave a Reply

Your email address will not be published. Required fields are marked *

1 × 2 =