ଘୁଞ୍ଚିଲା କାଳିଆ ପାଇଁ ବଢିଲା ଆବେଦନ ସୀମା

ଭୁବନେଶ୍ବର () ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଯୋଜନାରେ ସାମିଲ ହେବାକୁ ଚାଷୀମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ଫର୍ମ ଦାଖଲର ଶେଷ ତାରିଖ ଜାନୁଆରୀ 10ରୁ 15 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସେହିଭଳି ଦ୍ବିତୀୟ ପର୍ଯ୍ୟାୟର ଆବେଦନ ଜାନୁଆରୀ 25ରୁ ଆରମ୍ଭ ହୋଇ ଫେବୃଆରୀ 5 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତ୍ତି ସମୟରେ ନିଷ୍ପତ୍ତି ନିଆଯିବ । କାଳିଆ ଯୋଜନାରୁ ଯେମିତି ଜଣେ ବି ଚାଷୀ ବାଦ ପଡିବେନି ସେଥିପ୍ରତି ଯଥେଷ୍ଟ ଜତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 5 =