Latestରାଜ୍ୟ

ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜ ସମ୍ପତ୍ତି ତାଲିକା ଜାରି କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାରେ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ନବୀନ ସବୁଠାରୁ ଧନୀ । ୨୦୧୯ ମାର୍ଚ୍ଚ ସୁଦ୍ଧା ତାଙ୍କ ସମ୍ପତିର ପରିମାଣ ୬୩.୬୪ କୋଟି ଥିବା କୁହାଯାଇଛି । ୨୦୧୮ ତୁଳନାରେ ନବୀନଙ୍କ ସମ୍ପତି ପ୍ରାୟ ୧୪କୋଟି ଟଙ୍କା ବୃଦ୍ଧି ପାଇଛି । ନବୀନଙ୍କ ପାଖରେ ଏବେବି ୧୯୮୦ ମଡେଲର ଆମ୍ବାସାଡ଼ର କାର ଥିବା ବେଳେ ୨ଲକ୍ଷରୁ ଅଧିକ ଟଙ୍କାର ଜୁଏଲାରୀ ମଧ୍ୟ ଅଛି । କିନ୍ତୁ ନିଜ ଭଉଣୀଙ୍କ ଠାରୁ ସେ ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣ ସେ ଏ ଯାଏଁ ପରିଶୋଧ କରିନଥିବା ଜଣାପଡିଛି ।

ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ପରିବାର ପାଖରେ ୧୦ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ପ୍ରତାପଙ୍କ ପାଖରେ ୧୮୦ଗ୍ରାମ ସୁନା ଓ ତାଙ୍କ ପତ୍ନୀ ଡେଜିଙ୍କ ପାଖରେ ୬୦୦ଗ୍ରାମ ସୁନା ଓ ୨କିଲୋ ରୁପା ଅଛି ।ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ତାଙ୍କ ପତ୍ନୀ ଓ ଝିଅଙ୍କ ପାଖରେ ୩୨ଲକ୍ଷ ଟଙ୍କା ନଗଦ ରହିଛି । ତାଙ୍କର ପ୍ରାୟ ୧କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୨କୋଟି ଟଙ୍କାର ସ୍ଥାୟୀ ଜମା ରହିଛି । ମନ୍ତ୍ରୀ ନବ ଦାସଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ୨ଟି ରିଭଲବର ଏବଂ ଗୋଟିଏ ରାଇଫଲ ଥିବା ସ୍ୱୀକାର କରିଛନ୍ତି । କୃଷି ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ମୋଟ ସମ୍ପତିର ପରିମାଣ ୬୭ ଲକ୍ଷ ଟଙ୍କା । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତିର ପରିମାଣ ପାଖାପାଖି ୨କୋଟି ଟଙ୍କା ବୋଲି ସେ ଦର୍ଶାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 2 =