୧୫ ଦିନରେ କଂଗ୍ରେସ କରିବ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ଆସନ୍ତା ୧୫ ଦିନ ମଧ୍ୟରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ।  ଓଡ଼ିଶାର କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି।  ଏନେଇ ଆସନ୍ତାକାଲି ପ୍ରଦେଶ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।ଏହି ବୈଠକ ପରେ ଆସନ୍ତା ୧୫ ଦିନ ମଧ୍ୟରେ ଅନ୍ତତଃ ପକ୍ଷେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି। ତେବେ ତା’ ପୂର୍ବରୁ  ଭୁବନେଶ୍ୱରରେ ନବ ଗଠିତ ପିସିସିରର ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ବୈଠକର ଆଜି ଥିଲା ପ୍ରଥମ ଦିନ।ଏହି ବୈଠକରେ ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ଉପସଭାପତି, ସାଧାରଣ ସଂପାଦକ, କାର୍ଯ୍ୟନିର୍ବାହୀ ସଦସ୍ୟ, ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଅନ୍ୟ କେନ୍ଦ୍ରୀୟ ପ୍ରତିନିଧି ଉପସ୍ଥିତ ଥିଲେ। ଦୁଇ ଦିନିଆ ବୈଠକରେ ୨୦୧୯ର ପ୍ରସ୍ତୁତି ହେବ ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

twelve − 11 =