ନବରଙ୍ଗପୁର ଏସ୍‌ପିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଦୁଇ ଜଣ କର୍ମଚାରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ରବୀନ କୁମାର ଲିମା ଓ ଦେବରାଜ ଚନ୍ଦା ନାମକ ଦୁଇ କର୍ମଚରୀ ଏସ୍‌ପିଙ୍କ ବାସଭବନରେ ଫଲୋ ଅର୍ଡଲି ଭାବେ କାର୍ଯ୍ୟ କରନ୍ତି। ଗତ କିଛି ମାସ ହେଲା ସେମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।ଗତକାଲି ରବୀନ କୁମାର ଲିମାଙ୍କୁ ଏସ୍‌ପି ୧୦ ରାଉଣ୍ଡ ଦୌଡ଼ିବା ସହ ୫୦ ଥର ବସଉଠ ହେବାକୁ କହିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପ୍ରଥମେ ତାଙ୍କୁ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ସେହିପରି ଅନ୍ୟ ଜଣେ କର୍ମଚାରୀ ଦେବରାଜ ଚନ୍ଦା କହିଛନ୍ତି,“ଏସ୍‌ପି ସବୁବେଳେ ଗାଳି ଗୁଲଜ କରିବା ସହ ମାଡ଼ ମାରୁଥିଲେ।” ତେବେ ଏନେଇ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

 

Share

Leave a Reply

Your email address will not be published. Required fields are marked *

1 × five =