ଏସିଆନ୍‌ ଗେମ୍ସରେ  ୧୨ ଜଣ ଓଡ଼ିଆ ପ୍ରତିନିଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଏସିଆନ୍‌ ଗେମ୍ସରେ ଭାରତ ପାଇଁ ୧୨ ଜଣ ଓଡ଼ିଆ ପ୍ରତିନିଧିତ୍ୱ କରୁଛନ୍ତି ା ଆଥଲେଟିକ୍ସ, ହକି , ବ୍ୟାଡ୍‌ମିଣ୍ଟନ, ଜିମ୍ନାଷ୍ଟିକ୍ସ ଓ ନୌଚାଳନାରେ ଓଡ଼ିଶାର ୯ଜଣ ମହିଳା ଏବଂ ୩ ଜଣ ପୁରୁଷ ଖେଳାଳି ଅଂଶ ଗ୍ରହଣ କରିବେ। ଓଡ଼ିଆ ଧାବିକା ଦୂତି ଚାନ୍ଦ ୧୦୦ ମିଟର  ଓ ୪ ଗୁଣା ଶହେ ମିଟର ରିଲେରେ ଭାଗ ନେଉଛନ୍ତି । ୪ଶହ ମିଟର ଦୌଡ଼ ଇଭେଣ୍ଟରେ ଜଉନା ମୁର୍ମ ଏବଂ ହେପଟାଥଲେନ ଇଭେଣ୍ଟରେ ପୂର୍ଣ୍ଣିମା ହେମ୍ବ୍ରମ୍‌ଙ୍କ ଠାରୁ ମଧ୍ୟ ଦେଶବାସୀ ମେଡାଲ ଆଶା ରଖିଛନ୍ତି । ଏସିଆନ୍ ଗେମ୍ସରେ ଓଡ଼ିଶାର ପ୍ରଥମ ମହିଳା ବ୍ୟାଡମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ସିକି ରେଡ୍ଡୀଙ୍କ ସହ ମିଶି ମହିଳା ଡବଲ୍ସ ଇଭେଣ୍ଟରେ ମେଡାଲ ପାଇଁ ଲଢ଼େଇ କରିବେ।ଭାରତୀୟ ହକି ଟିମ୍‌ର ଉଭୟ ପୁରୁଷ ଓ ମହିଳା ଦଳରେ ଏକାଧିକ ଓଡ଼ିଆ ରହିଛନ୍ତି । ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ରହିଛନ୍ତି। ସେହିପରି ମହିଳା ଦଳରେ ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଏବଂ ସୁନୀତା ଲାକ୍ରା ରହିଛନ୍ତି।ସେହିପରି ଜିମ୍ନାଷ୍ଟିକ୍ସରେ ରାକେଶ ପାତ୍ର ଏବଂ ନୌଚାଳନାରେ ସଂଯୁକ୍ତା ଡୁଙ୍ଗଡୁଙ୍ଗ ମଧ୍ୟ ଦେଶ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

seven + eighteen =