ଆପଣଙ୍କୁ ୩୦ ଟପିଲାଣି କି?

ବାହାର ପରିବେଶ ଏବଂ ଧୂଳି ମାଟି ଚେହେରାର ଉଜ୍ବଳତା ଛଡାଇନେଇଥାଏ । ବୟସ ବଢିବା ସହ ଚେହେରାରେ କୁଞ୍ଚନ, ତ୍ବଚାରେ ଦାଗ ମଧ୍ୟ ବଢିଯାଇଥାଏ । ବିଶେଷ କରି ୩୦ ପରେ ଚେହେରାର ଖାସ୍ ଯତ୍ନ ନେବା ଆବଶ୍ୟକ । ଯଦି ଆପଣଙ୍କ ବୟସ ବି ୩୦ ଟପିଲାଣି ତେବେ ନଜର ପକାନ୍ତୁ କେମିତି ନେବେ ଆପଣଙ୍କ ଚେହେରା ଏବଂ ତ୍ବଚାର ଯତ୍ନ ।
– ସୂର୍ୟ୍ୟଙ୍କ ହାନିକାରକ ଅତିବାଇଗଣୀ ରଶ୍ମୀ ତ୍ବଚାକୁ କ୍ଷତି ପହଂଚାଇଥାଏ । ଯାହା ଫଳରେ ସମୟ ପୂର୍ବରୁ ବୟସ୍କ ଦେଖାଯିବାର ସମ୍ଭାବନା ଥାଏ । ଏହା ସହ ତ୍ବଚା ଟ୍ୟାନ୍ ମଧ୍ୟ ପଡିଥାଏ । ତେଣୁ ଖରାରେ ଘରୁ ବାହାରିବା ସମୟରେ ଅତିକମରେ ଏସପିଏଫ୍ ୩୦ ଥିବା ସନସ୍କିନ୍ ଲଗାନ୍ତୁ ।
– ତ୍ବଚାକୁ କୁଂଚନରୁ ରକ୍ଷା କରିବା ସହ କୋମଳତା ବଜାୟ ରଖିବାକୁ କୌଣସି ଭଲ ବ୍ରାଣ୍ଡର ମଶ୍ଚୋରାଇଜର୍ ବ୍ୟବହାର କରନ୍ତୁ ।
– ତ୍ବଚାରୁ ତୈଳ ଅଂଶ ବାହାର କରିବାକୁ ହେଲେ ମାଇଲ୍ଡ କ୍ଲିନଜର୍ ବ୍ୟବହାର କରନ୍ତୁ । ଯାହା ଦ୍ବାରା ତ୍ବଚାକୁ କୌଣସି କ୍ଷତି ପହଂଚିବ ନାହିଁ । କୌଣସି ସାମଗ୍ରୀ କିଣିବା ସମୟରେ ଦେଖିଚାହିଁ କିଣନ୍ତୁ । କାରଣ ୩୦ ଟପିଲା ପରେ ତ୍ବଚାରେ ଏହାର ପ୍ରଭାବ ଭିନ୍ନ ଭିନ୍ନ ହୋଇଥାଏ । ଏବଂ ବିଭିନ୍ନ ପ୍ରକାର କ୍ଷତି ପହଂଚାଇଥାଏ ।
– ତ୍ବଚାରେ କୋମଳତା ଏବଂ ଚମକ ବଜାୟ ରଖିବା ପାଇଁ ଦିନକୁ ଅତି କମରେ ୩ ରୁ ୪ ଲିଟର ପାଣି ପିଅନ୍ତୁ । ତରଳ ପଦାର୍ଥ ଅଧିକ ଖାଇବାକୁ ଚେଷ୍ଟା କରନ୍ତୁ । ନିଜର ସମ୍ପୂର୍ଣ୍ଣ ଆହାର ଉପରେ ଧ୍ୟାନ ଦିଅନ୍ତୁ । କୋଲେଜନ୍ ଏବଂ ଭିଟାମିନ୍ ଇ ତ୍ବଚାକୁ ସୁସ୍ଥ ରଖିଥାନ୍ତି । ସେହିପରି ବାଦାମରେ ଓମେଗା ୩ ଥିବାରୁ ଏହା ଆପଣଙ୍କ ତ୍ବଚା ପାଇଁ ବେଶ୍ ଲାଭଦାୟକ ।
– ସୁସ୍ଥ ଏବଂ ଉଜ୍ଜଳ ତ୍ବଚା ପାଇଁ ପର୍ୟ୍ୟାପ୍ତ ପରିମାଣର ନିଦ ମଧ୍ୟ ଆବଶ୍ୟକ । ତେଣୁ ଦୈନିକ ୮ – ୧୦ ଘଂଟା ଶୁଅନ୍ତୁ ।
– ନିୟମିତ ବ୍ୟାୟାମ୍ କରନ୍ତୁ । ୩୦ ବର୍ଷ ପରେ ତ୍ବଚା ଢିଲା ହେବାକୁ ଲାଗିଥାଏ । ପ୍ରତିଦିନ ବ୍ୟାୟାମ୍ କରିବା ଦ୍ବାରା ନା କେବଳ ତ୍ବଚା ଭଲ ରହିଥାଏ ବରଂ ଶରୀର ମଧ୍ୟ ସୁସ୍ଥ ରହିଥାଏ ।

Share

Leave a Reply

Your email address will not be published. Required fields are marked *

five + 4 =