ସ୍ତ୍ରୀକୁ ଫୋନରେ ତଲାକ ଦେଲେ ସ୍ବାମୀ

କେନ୍ଦ୍ରାପଡ଼ା()  ସଂସଦରେ ପାରିତ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତିନି ତଲାକ୍ ଅବୈଧ ହୋଇସାରିଛି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତିନ ତଲାକ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ମୁସଲମାନ ମହିଳାଙ୍କୁ ଫୋନରେ ତିନି ତଲାକ୍ ଦେଇଛନ୍ତି ସ୍ୱାମୀ ।ପଟ୍ଟାମୁଣ୍ଡାଇ ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।

ଅଭିଯୋଗଅନୁସାରେ, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟିର ୧୧ ନମ୍ବର ୱାର୍ଡର ରୁବିନା ଖାତୁନ୍ ନାମକ ଜଣେ ମହିଳା ସେହି ଅଂଚଳର ସୁଖିଆାନ୍ ଖାନ (ଆସିଫ୍)ଙ୍କୁ ଗତ ୫ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଏହା ପରେ ଆସିଫ୍ ତାଙ୍କୁ ହାଇଦ୍ରାବାଦରେ ନେଇଯାଇଥିଲେ । ସେଠାରେ ୬ ମାସ ରହିବା ପରେ ସୁଖିଆନ୍ ତାଙ୍କୁ ଆଣିକି ଶାଶୁଘରେ ଛାଡ଼ିଥିଲେ । ଶାଶୁ ଘର ଲୋକ ମଧ୍ୟ ନିର୍ୟ୍ୟାତନା ଦେଇଥିଲେ । ଏହାରି ମଧ୍ୟରେ ସେମାନଙ୍କର ଏକ ୪ ବର୍ଷର ଝିଅ ମଧ୍ୟ ଅଛି । ମାତ୍ର ଆସିଫ୍ ତାଙ୍କୁ ଆଉ ନେଇ ନ ଥିଲେ । ସେ ବାରମ୍ବାର କହିବାରୁ ରୁବିନାଙ୍କୁ ତାଙ୍କ ବାପ ଘରକୁ ଚାଲିଯିବାକୁ କହିଥିଲେ । ଗତ ସପ୍ତାହରେ ସୁଖିଆାନ୍ ଘରକୁ ଆସି ୨ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ସେ ଟଙ୍କା ନ ଦେଇ ପାରିବାରୁ ରବିନାଙ୍କୁ ଗତକାଲି ଫୋନ୍ରେ ତିନି ତଲାକ୍ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 2 =