ଆସିଲା ହକି ବିଶ୍ୱକପ୍‌ ଥିମ୍ ଟିଜର

ବହୁ ପ୍ରତିକ୍ଷିତ ବିଶ୍ୱକପ୍ ହକି ଥିମ୍ ଟିଜର ରିଲିଜ ହୋଇଛି। ଟିଜରରେ ‘ଜୟ ହିନ୍ଦ ଇଣ୍ଡିଆ’ର ଧୁନ୍ ଶୁଣାଯାଉଛି। ବଲିଉଡ ସଙ୍ଗିତ ନିର୍ଦ୍ଦେଶକ ଏ.ଆର. ରେହମାନ ବିଶ୍ୱକପ୍ ହକି ପାଇଁ ଥିମ୍ ସଙ୍ଗ କରିଛନ୍ତି। ଟିଜର ରିଲିଜ ପରେ ଏ.ଆର. ରେହମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ଟୁଇଟ୍ କରି ନବୀନ ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ୨ ସପ୍ତାହରୁ ମଧ୍ୟ କମ୍ ସମୟ ଅଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ବିଶ୍ୱକପରେ ୧୬ଟି ଟିମ୍ ଲଢ଼ାଇ କରିବେ। ଏହା ପୂର୍ବରୁ ହକି ଇଣ୍ଡିଆ ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡିୟମ୍ ଏବଂ ନଭେମ୍ବର ୨୮ରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ପାଇଁ ଟିକେଟ ବିକ୍ରି ନେଇ ଘୋଷଣା କରିଛି। ସାଧାରଣ ଦର୍ଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଇଥିବା ଘୋଷଣା ଅନୁସାରେ ଉଭୟ ସ୍ଥାନର କାର୍ୟ୍ୟକ୍ରମ ପାଇଁ ୱେବ୍ସାଇଟ୍ http://ticketgenie.in ଜରିଆରେ ଅନ୍ଲାଇନ୍ ଟିକେଟ ଉପଲବ୍ଧ ହେବ।

Share

Leave a Reply

Your email address will not be published. Required fields are marked *

three × 2 =