ସାହାଯ୍ୟ ଓ ଉଦ୍ଧାର ପାଇଁ ସରକାର ମାଗିଲେ ହେଲିକେପ୍ଟର

ଭୁବନେଶ୍ୱର—ତିତଲି ପରବର୍ତୀ ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ସାହାଯ୍ୟକାର୍ଯ୍ୟ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ୨ଟି ହେଲିକେପ୍ଟର ମଗାଇଛନ୍ତି । ବିଶାଖାପାଟଣାରୁ ଏହି ବିମାନ ୨ଟି ଖୁବ ଶୀଘ୍ର ଓଡିଶାରେ ଆସି ପହଂଚିବ ବୋଲି ଜଣାପଡିଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଗଜପତି,ଗଂଜାମ ଓ ରାୟଗଡା ଜିଲ୍ଲାରେ ଅବସ୍ଥା ଅସମ୍ଭାଳ ହୋଇ ପଡିଛି । ସେଥିପାଇଁ ଏହି ହେଲିକେପ୍ଟର ମଗାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟ ଠାରେ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଳାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଜିଲ୍ଳାପାଳଙ୍କ ସହ ଆଲୋଚନା କରି ଉଦ୍ଧାର କାର‌୍ୟ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗଂଜାମ ଜିଲ୍ଳାରେ ଏୟାର ଲିଫ୍ଟିର ଆବଶ୍ୟକ ଥିବା ନେଇ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ବିଶାଖାପାଟଣାରୁ ୨ ଟି ହେଲିକପ୍ଟର ମଗାଯିବ । ପ୍ରଭାବିତ ଅଂଚଳରେ ରନ୍ଧା ଖାଦ୍ୟ ସହ ସ୍ୱାସ୍ଥ୍ୟ ଶିବିର ଖୋଲିବାକୁ ନିର୍ଦ୍ଦେଶ ରହିଛି । ଗଂଜାମ, ଛତ୍ରପୁର ଓ ପୁରୁଷୋତମପୁର ବିଶେଷ ପ୍ରଭାବିତ ହୋଇଛି । କନ୍ଧମାଳର ଜି ଉଦୟଗିରି ଓ କଟକ କଂଟାପଡାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ତଳିଆ ଅଂଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଏସଆରସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

three × 5 =