ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ

ଭୁବନେଶ୍ୱର: ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ମିଳିବ ଅଢେଇ ଲକ୍ଷ ଟଙ୍କା । ପୂର୍ବରୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ଆଉ ୨ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ । ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା । ନୂଆ ନିଷ୍ପତ୍ତି ମୁତାବକ ସମସ୍ତ ଯୋଗ୍ୟ ଦମ୍ପତିଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ ।

ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦିବ୍ୟାଙ୍ଗମାନଙ୍କ ମାନସିକ ସ୍ଥିତିକୁ ଆହୁରି ମଜଭୁତ କରିବ । ପୂର୍ବରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଏବେ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଯାହା ସାମାଜିକ କ୍ଷେତ୍ରରେ ମଜବୁତ କରିବାକୁ ବିଭାଗ ଏହି ପଦକ୍ଷେପ ନେଇଛି । ଭିନ୍ନକ୍ଷମଙ୍କ ପାଇଁ ଏ ପଦକ୍ଷେପ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏ ନିୟମ ଦ୍ୱାରା ବିଭିନ୍ନ ଫେଜରେ ତାଙ୍କ ପାଖକୁ ଟଙ୍କା ଆସିବ । ଏଥିପାଇଁ ତାଙ୍କର ଉପଯୁକ୍ତ ଭିନ୍ନକ୍ଷମ ସାର୍ଟିଫିକେଟ୍ ଥିବା ଆବଶ୍ୟକ ।

ଏହି ପ୍ରସଙ୍ଗରେ ପ୍ରତିକ୍ରିଯା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା  ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଥିଲା। ଏଣୁ ଅନୁରୂପ ବ୍ୟବସ୍ଥା ଭିନ୍ନକ୍ଷମଙ୍କ ପାଇଁ ଲାଗୁ କରିବାକୁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ପ୍ରସ୍ତାବକୁ ଗ୍ରାହଣ କରି ଗୃହରେ ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

Share

Leave a Reply

Your email address will not be published. Required fields are marked *

fourteen + twenty =