ବିଜେଡି ମୁଖପାତ୍ରରୁ ଅମର ଶତପଥି ବାଦ ପଡିଲେ

ବିଜେଡ଼ିର ୧୪ ଜଣିଆ ନୂଆ ମୁଖପାତ୍ରଙ୍କ ତାଲିକା ପ୍ରକାଶ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଆଗରୁ ଗଣମାଧ୍ୟମ ପ୍ୟାନେଲିଷ୍ଟ ଥିବା ଦେବାଶିଷ ମାରାଣ୍ଡିଙ୍କୁ ଦଳର ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ସେହିଭଳି ଅମର ପଟ୍ଟନାୟକ ମଧ୍ୟ ଦଳର ମୁଖପାତ୍ର ଦାୟିତ୍ୱ ତୁଲାଇବେ । ଏହି ମୁଖପାତ୍ର ତାଲିକାରୁ ଦଳର ମୁଖ୍ୟ ସଚେତକ ଅମର ସତପଥୀଙ୍କୁ ବାଦ ଦିଆଯାଇ ଅତନୁ ସବ୍ୟସାଚୀ ନାୟକଙ୍କୁ ଏବଂ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ନୂଆ ମୁଖପାତ୍ର ତାଲିକାରେ ନିଯୁକ୍ତି କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ୧୪ ଜଣିଆ ମୁଖପାତ୍ର ତାଲିକାରେ ପ୍ରସନ୍ନ ଆଚାର‌୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ , ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ସମୀର ରଂଜନ ଦାଶ, , ସସ୍ମିତ୍ ପାତ୍ର, ସୁଲୋଚନା ଦାସଙ୍କ ନାଁ ପୂର୍ବ ଭଳି ରହିଛି । ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ୧୪ ଜଣିଆ ମୁଖପାତ୍ର ତାଲିକାରେ ପ୍ରସନ୍ନ ଆଚାର‌୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ , ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ସମୀର ରଂଜନ ଦାଶ, , ସସ୍ମିତ୍ ପାତ୍ର, ସୁଲୋଚନା ଦାସଙ୍କ ନାଁ ପୂର୍ବ ଭଳି ରହିଛି ।

Share

Leave a Reply

Your email address will not be published. Required fields are marked *

8 − 3 =