ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ବିଜେପି ବିଧାନସଭାର କାର୍ୟ୍ୟରେ ଅସହଯୋଗ କରୁଛି

ଭୁବନେଶ୍ୱର()  ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାର ୫ଦିନ ପରେ ମଧ୍ୟ ବିଜେପି ସଦସ୍ୟମାନେ ଗୃହ କାର୍ୟ୍ୟରେ ସହଯୋଗ କରୁନାହାନ୍ତି । ଆଜି ମଧ୍ୟ ବିଜେପି ସଦସ୍ୟମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣରେ ବସିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି । ଏ ସଂକ୍ରାନ୍ତରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେ କହଛନ୍ତି ଯେ, ବିଜେପି ସଦସ୍ୟଙ୍କୁ ବାରମ୍ବାର ଗୃହକୁ ଆସିବାକୁ ଅନୁରୋଧ କରାଯାଇଛି । ରାଜ୍ୟରେ କେବଳ ସ୍ମିତାରାଣୀ ନୁହେଁ, ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । କୃଷକ ଓ ମହିଳା ମାନେ ଅନେଇ ବସିଛନ୍ତି ଆମର ସମସ୍ୟା କେତେବେଳେ ଆଲୋଚନା ହେବ । ଓଡିଶା ଲୋକଙ୍କ ଅର୍ଥରେ ବିଧାନସଭା ଚାଲିଛି । ହେଲେ ବିରୋଧୀ ଦଳ ଖାଲି ଜିଦ୍ ରେ ବସିଲେ କିଏ କଣ କରିବ ।

ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବାକୁ ତାଙ୍କର ଅଧିକାର ଅଛି । ବିଜେପି ଜାଣିଶୁଣି ଗୃହକୁ ଆସୁନାହାନ୍ତି । କେବଳ ଗଣମାଧ୍ୟମରେ ଚର୍ଚା ରେ ରହିବାକୁ ସେମାନେ ଏଭଳି କରୁଥିବା ପ୍ରମିଳା କହିଛନ୍ତି । ସେକହିଛନ୍ତି ଯେ, ବିଜେପି ଭାବୁଛି ତାଙ୍କ ଦଳ ହିଁ ସର୍ବସ୍ବ। ସରକାର ଲୋକଙ୍କ କଥା ଚିନ୍ତା କରୁ ନାହାଁନ୍ତି । ବିଧାନସଭା ନିୟମ ଅନୁସାରେ ଚାଲିବ ନା ବିଜେପିର ଜିଦ୍ ରେ ନିୟମ ବଦଳି ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − thirteen =