ବାଦାମବାଡିରେ ଜଳିଗଲା ଯାତ୍ରୀବାହୀ ବସ୍

କଟକ()  କଟକ ବାଦାମବାଡ଼ିରେ ଗୁରୁବାର ଏକ ଅଘଟଣ ଘଟିଛି । ଏକ ଯାତ୍ରୀବାହୀ ବସ ଜଳିଯାଇଥିବା ଜଣାଯାଇଛି । ପାଲାମଣ୍ଡପ ପୁରୀ ବସ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ ଜଳିଯାଇଛି । ତେବେ ବସ ଭିତରେ କୌଣସି ଯାତ୍ରୀ ନଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଖବର ଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚଷ୍ଟା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − two =