ଟଙ୍କା ପାଇଁ ନିର୍ମମ ଭାବେ ଝରାଫୁଲକୁ ହତ୍ୟା

ଭୁବନେଶ୍ୱର: ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ରହସ୍ୟ ଉପରୁ ହଟିଛି ପରଦା | ମାତ୍ର ୩୦ ହଜାର ଟଙ୍କା ପାଇଁ ନିର୍ମମ ଭାବେ ଝରାଫୁଲକୁ ହତ୍ୟା କରାଯାଇଥିଲା | ଏନେଇ ଗଣମାଧ୍ୟମ ଆଗରେ ଯାଜପୁର ଏସପି ରାହୁଲ ପିଆରଙ୍କ ସୂଚନା | ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ହିଁ ଟଙ୍କା ପାଇଁ ଝରାଫୁଲଙ୍କୁ ହତ୍ୟା କରଯାଇଥିବା ସୂଚନା ଦେଇଛନ୍ତି | ବାଇକ କିଣିବା ପାଇଁ ଝରାଫୁଲ ଠାରୁ ୩୦ ହଜାର ଟଙ୍କା ନେଇଥିଲା ରାକେଶ | ତେବେ ବାରମ୍ବାର ଟଙ୍କା ମାଗିବାରୁ ରାକେଶ ଝରାଫୁଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ।

ଯୋଜନା ମୁତାବକ ଟଙ୍କା ଦେଵା ବାହାନାରେ ଝରାଫୁଲଙ୍କୁ ଡାକିଥିଲା ରାକେଶ | ଏବଂ ତାପରେ ଝରାଫୁଲଙ୍କୁ ରାସ୍ତାରୁ ହଟାଇବା ପାଇଁ ରାକେଶ କରିଥିଲା ଯୋଜନା ପ୍ରସ୍ତୁତ | ରାକେଶର ସହଯୋଗୀ ଅମେରଶ ସହାୟତାରେ ଭୁବନେଶ୍ବରରେ ଏକ ଗେଷ୍ଟ ହାଉସ୍ ରେ ରୁମ୍ ବୁକ୍ କରିଥିଲେ । ପ୍ରଥମେ ଝରାଫୁଲ ସହ ହୋଟେଲରେ ବିରିୟାନୀ ଖାଇବା ପରେ ଗେଷ୍ଟହାଉସ୍ ଯାଇ ସେଠାରେ ଦୁହେଁ କିଛି ସମୟ ବିତାଇଥିଲେ । ସେଠାରେ ହିଁ ରାକେଶ ତାଙ୍କୁ ଜୋର ଜବରଦସ୍ତ ମଦ ପିଆଇ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା । ପରେ ଶକ୍ତି ଶେଖର ସହାୟତାରେ ମୃତଦେହକୁ ଯାଜପୁରରେ ଫିଙ୍ଗି ଦେଇଥିଲା ।

ଆଜି ଏହି ଘଟଣାରେ ଶକ୍ତି ଶେଖର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ଘଟଣାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖରକୁ ଗିରଫ କରିଛି ପୋଲିସ । ଝରାଫୁଲ ମୃତ୍ୟୁ ମାମଲାରେ ୩ ଜଣଙ୍କ ସମ୍ପୃକ୍ତି ରହିଛି । ପୂର୍ବରୁ ଝରାଫୁଲର ପୁରୁଷ ବନ୍ଧୁ ବା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଗିରଫ ହୋଇଥିବା ବେଳେ କିଛିଦିନ ତଳେ ଘଟଣାର ଅନ୍ୟତମ ଅଭିଯୁକ୍ତ ସୁନ୍ଦରପଦାର ଅମରେଶ ରାଉତ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ସ୍କୁଟି ଚଳାଉଥିବା ଅଭିଯୁକ୍ତ ଶେଖର ଶେଷରେ ପୋଲିସେ ହାତରେ ଧରା ପଡିଛି |

ସୂଚନା ଅନୁଯାୟୀ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ଛକ ନିକଟ ଦିଆଲଖଣ୍ଡ ମୌଜାର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ସ୍କୁଟରରେ ଆଣି ମୃତଦେହକୁ ଫିଙ୍ଗିଥିବା ପୋଲିସ ସୂଚନା ଦେଇଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେବାପରେ ଅପରାଧୀ ମାନେ ପୋଲିସ କବଳକୁ ଆସିଥିଲେ |

Share

Leave a Reply

Your email address will not be published. Required fields are marked *

20 − eighteen =