ରାଜଧାନୀ ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା..

ଭୁବନେଶ୍ୱର:ରାଜଧାନୀର ସିଆରପି ଛକରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ପୁରା କାହାଣୀ କହିଛନ୍ତି ଡିସିପି ଉମାଶଙ୍କର ମିଶ୍ର । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି । ସାଲିଆସାହିର ସୁଧୀର ପୃଷ୍ଟି, ସାଗର ପୃଷ୍ଟି ଏବଂ ଟୁକୁନା ଦାସଙ୍କ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ଥିଲା । ସୁଧୀର ଓ ସାଗରଙ୍କ ସହ ମୃତ ଟୁକୁନା ଦାସ ଓରଫ ଜଟଙ୍କ ଗତକାଲି ଝଗଡ଼ା ହୋଇଥିଲା । ଆଜି ସକାଳୁ ମଧ୍ୟ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ସାଲିଆ ସାହିର ୩ଜଣ ବ୍ୟକ୍ତି ସାଗର ପୃଷ୍ଟି, ସୁଧିର ପୃଷ୍ଟି, ଟୁକୁନା ଦାସ ଓରଫ ଜଟ ଏକ ପିକପ ଭ୍ୟାନରେ ଆସୁଥିବା ବେଳେ ସିଆରପି ଛକରେ ଅଟକି ଯାଇଥିଲା ଗାଡି । ହଠାତ ଗାଡିଟିକୁ ଅଟକାଇ ଦେଇ ସୁଧିର ଓ ସାଗର ଏଖ ଛୋଟ ଖଣ୍ଡା ଭଳି ମାରଣାସ୍ତ୍ରରେ ଟୁକୁନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଚାନକ ରାସ୍ତା ଉପରେ ଏପରି ହିଂସାକାଣ୍ଡ ଦେଖି ଉତକ୍ଷିପ୍ତ ହୋଇପଡିଥିଲେ ସ୍ଥାନୀୟ ଲୋକେ । ତୁରନ୍ତ ଶହେକୁ ଫୋନ୍ ପରେ କରି ଜଣାଇଥିଲେ ସ୍ଥାନୀୟ ଲୋକ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଧୀର ଓ ସାଗରଙ୍କୁ ଉଦ୍ଧାର କରିଥିଲା । ତେବେ ଆଖି ଆଗରେ ଏହିଭଳି ନୃଶଂସ ହତ୍ୟାକାଣ୍ଡ ଦେଖିଥିବା ଲୋକେ ଏତେ ଉତକ୍ଷିପ୍ତ ହୋଇପଡିଥିଲେ ଯେ ଘଟଣାସ୍ଥଳରେ ପହଂଚିଥିବା ପିସିଆରକୁ ଛାଡିନଥିଲେ । ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିଥିଲେ । ଏହା ପରେ ୨ରୁ ୩ଟି ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ହସ୍ପିଟାଲ ପଠାଇଥିଲେ ।

ସିଆରପିରେ ଉପୁଜି ଥିବା ସ୍ଥିତି ଓ ମାରପିଟର ଭିଡିଓକୁ ଯାଞ୍ଚ କରାଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ଭିଡିଓରୁ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯିବ । ଅନ୍ୟପଟେ ମୃତ୍ୟୁବରଣ କରିଥିବା ଜଟ ନାଁରେ ୨୦୧୨ରେ ମାରପିଟ୍ କେସରେ ମାମଲା ହୋଇଥିଲା ବୋଲି ଡିସିପି କହିଛନ୍ତି । ଲୋକଙ୍କ ସହିତ ଗଣ୍ଡଗୋଳ କରିବା ତାର ଅଭ୍ୟାସ ବୋଲି ସାଲିଆ ସାହି ଲୋକେ ମଧ୍ୟ କହିଛନ୍ତି ।ପୋଲିସ ରୋଡ୍ ଷ୍ଟ୍ରିଟ୍ କ୍ରାଇମକୁ ଗମ୍ଭୀରତାର ସହ ନେଇଛି । ବିଶେଷକରି ରାଜଧାନୀରେ ଛିନତାଇ୍, ଲୁଟ୍ ଗତ ୧୦ ଦିନ ମଧ୍ୟରେ ବଢ଼ିଛି । ଗାଡ଼ିରେ କୌଣସି ମୂଲ୍ୟବାନ ଜିନିଷ ରଖି ଗାଡ଼ି ପାର୍କିଂ ନ କରିବା ଲାଗି ଡିସିପି ଅନୁରୋଧ କରିଛନ୍ତି । ଏଥିସହ ଅଧିକ ଟଙ୍କା ବ୍ୟାଙ୍କରୁ ଉଠାଇ ନେଇକରି ଯାଉଥିଲେ ଡାଏଲ୍ ୧୦୦କୁ ଜଣାନ୍ତୁ ବୋଲି ପୋଲିସ ଡିସିପି ଉମାଶଙ୍କର ମିଶ୍ର କହିଛନ୍ତି |

Share

Leave a Reply

Your email address will not be published. Required fields are marked *

11 + 2 =