ଅକ୍ସିଜେନ୍ ପାଇଁ ଓଡ଼ିଶାକୁ ପ୍ରଶଂସା କଲେ କେଜ୍ରିୱାଲ୍

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି |ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି | କୋଭିଡ ମହାମାରୀ ଯୋଗୁଁ ଦିଲ୍ଲୀରେ ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀଙ୍କ ପାଇଁ ଅକ୍ସିଜେନ୍‌ର ଉତ୍କଟ ଅଭାବ ଦେଖାଦେଇଛି ।ଏଭଳି ଏକ ଦୁଃସ୍ଥିତିରେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ଓଡିଶା ସରକାର ।

ଦିଲ୍ଲୀକୁ ଅକ୍ସିଜେନ ଯୋଗାଇ ଦେବ ଓଡ଼ିଶା । ଆଉ ଏନେଇ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଓଡ଼ିଶାରୁ ବିମାନ ଯୋଗେ ଦିଲ୍ଲୀକୁ ଅକ୍ସିଜେନ ଆସିବା ନେଇ କହିଛନ୍ତି କେଜ୍ରିୱାଲ । ଏହାସହ କେନ୍ଦ୍ର ଓ ଦିଲ୍ଲୀ ହାଇକୋର୍ଟକୁ ମଧ୍ୟ ପ୍ରଶଂସା କରିଛନ୍ତି କେଜ୍ରିୱାଲ । ଦିଲ୍ଲୀର ଆବଶ୍ୟକୀୟ ଅକ୍ସିଜେନ ଚାହିଦାକୁ ପୂରଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।ଦିଲ୍ଲୀରେ ଅଧିକ ମାତ୍ରାରେ ଅକ୍ସିଜେନ ପହଞ୍ଚାଇବାକୁ ବିଭିନ୍ନ କମ୍ପାନି ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।ତେବେ ପ୍ରେସମିଟରେ ଅରବିନ୍ଦ କେଜ୍ରିୱାଲ୍ ଏହି ସୂଚନା ଦେବା ସହ ଓଡିଶା ସରକାରଙ୍କ ବଦାନ୍ୟତା ପାଇଁ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + 16 =