ଜାଣନ୍ତୁ ନୂଆ ୧୪୩ କରୋନା ପଜିଟିଭଙ୍କ ତଥ୍ୟ

ଭୁବନେଶ୍ୱର() ବୁଧବାର ରାଜ୍ୟରେ ୧୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇଛି ।

ମୋଟ ୧୪୩ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ଚିହ୍ନଟ ସମସ୍ତ ୯ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ବୋଲି ଜଣାଯାଇଛି । ତନ୍ମଧ୍ୟରୁ ୫ ଗୁଜୁରାଟ, ୨ ମହାରାଷ୍ଟ୍ର ଓ ୨ ଜଣ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାଯାଇଛି ।
ନୂଆପଡ଼ାର ସମସ୍ତ ୮ ଆକ୍ରାନ୍ତ ମଧ୍ୟ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି ।

ସୋନପୁରର ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର । ୩ ଜଣ ଗୁଜୁରାଟ, ୮ ତାମିଲନାଡ଼ୁ ଓ ୩ ତେଲେଙ୍ଗାନା ଫେରନ୍ତା ହୋଇଥିବାବେଳେ ୩ ଜଣ ଲୋକାଲ କେସ ବୋଲି ଜଣାଯାଇଛି ।
ରାୟଗଡ଼ାରୁ ଚିହ୍ନଟ ଏକମାତ୍ର ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ହୋଇଥିବାବେଳେ ସେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ ।

ଗଞ୍ଜାମରୁ ଆଜି ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ୧୦ ଜଣ ଗୁଜୁରାଟ, ୪ ମହାରାଷ୍ଟ୍ର, ଜଣେ ଆନ୍ଧ୍ର, ୨୧ ଜଣ ଗୁଜୁରାଟ/ମହାରାଷ୍ଟ୍ର ଫେରନ୍ତା । ୩୬ ଜଣଙ୍କୁ ଛାଡ଼ି ଅନ୍ୟମାନେ ହୋମ କ୍ୱାରେଣ୍ଟାଇନରେ ଥିଲାବେଳେ ୫ ଜଣ ଲୋକାଲ କେସ ବୋଲି ଜଣାଯାଇଛି ।

କଳାହାଣ୍ଡିର ଜଣେ ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବାବେଳେ ସେ ଗୁଜୁରାଟ ଫେରନ୍ତା ବୋଲି ଜଣାଯାଇଛି ।

ଗଜପତିରୁ ଚିହ୍ନଟ ୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର । ସେମାନଙ୍କ ମଧ୍ୟରୁ ୨ ଜଣ ତେଲେଙ୍ଗାନା, ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାଯାଇଛି ।

ସମ୍ବଲପୁରରୁ ୩ ଜଣ ଚିହ୍ନଟ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଆନ୍ଧ୍ର, ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାଯାଇଛି ।

ସୁନ୍ଦରଗଡ଼ରୁ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ଆନ୍ଧ୍ର ଫେରନ୍ତା ହୋଇଥିବାବେଳେ ୨ଜଣ ଲୋକାଲ କେସ ବୋଲି ଜଣାଯାଇଛି ।
ଖୋର୍ଦ୍ଧାର ୩ ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବାବେଳେ ୨ ଜଣ ସୁରଟ ଓ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାଯାଇଛି ।

ମୟୂରଭଞ୍ଜର ୮ ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ତନ୍ମଧ୍ୟରୁ ୬ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବାବେଳେ ଜଣେ ତେଲେଙ୍ଗାନା ଓ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତା ।

ଦେବଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାଯାଇଛି ।

ଅନୁଗୁଳରୁ ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ମହାରାଷ୍ଟ୍ର ଓ ଜଣେ କର୍ଣ୍ଣାଟକ ଫେରନ୍ତା ସାମିଲ ଅଛନ୍ତି ।

ବାଲେଶ୍ୱରରରୁ ଚିହ୍ନଟ ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବାବେଳେ ଜଣେ ଲୋକାଲ କେସ ବୋଲି ଜଣାଯାଇଛି ।

ଭଦ୍ରକରୁ ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡ଼ୁ, ଜଣେ ମହାରାଷ୍ଟ୍ର ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

3 + eighteen =