ଇସ୍ରୋ ଜାରି କଲା ଚନ୍ଦ୍ରପୃଷ୍ଠର ଆଶ୍ଚର୍ଯ୍ୟକର ତଥ୍ୟ

ବେଙ୍ଗାଲୁରୁ() ପୁଣିଥରେ ଚନ୍ଦ୍ରପୃଷ୍ଠ ନୂଆ ଫଟୋ ଜାରି କରିଛି ଇସ୍ରୋ । ଚନ୍ଦ୍ରଯାନ-୨ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଚନ୍ଦ୍ର ଆକାଶକୁ ଏବେ ପ୍ରଦୀକ୍ଷଣ କରୁଥିବା ଏହି ଯାନର ଡୁଆଲ ସ୍ପିଡ୍ ସିନ୍ଥେଟିକ୍ ଆପାରେଚର ରାଡାର (ଏସଏଆର)ରୁ କିଛି ଫଟୋ ଚିତ୍ର ମିଳିଛି। ଯାହାକୁ ଇସ୍ରୋ ବିଶ୍ଲେଷଣ କରିବା ପରେ ଚନ୍ଦ୍ରମାରେ କଳଙ୍କର ରହସ୍ୟ ଉଦଘାଟନ କରିଛନ୍ତି।

ଏସଏଆର ଫଟୋ ଚିତ୍ରରେ ଚନ୍ଦ୍ର ତାର ଉତ୍ପତିକାଳରୁ ଉଲକା ପିଣ୍ଡ, କ୍ଷୁଦ୍ର ଗ୍ରହ ଓ ଧୂମକେତୁ ଆଦିଙ୍କ ଦ୍ୱାରା ଲଗାତର ପ୍ରଭାବିତ ହୋଇଥିବାର ପ୍ରମାଣ ମିଳିଛି। ଏଥିଯୋଗୁ ଚନ୍ଦ୍ରପୃଷ୍ଠରେ ବଡବଡ ଅସଂଖ୍ୟ ଗାଡ ସୃଷ୍ଟି ହୋଇଥିବା ବେଳେ ଏଗୁଡିକର ଆକାର ମହାକାଶୀୟ ପିଣ୍ଡଙ୍କ ଭିଷଣ ତାଣ୍ଡବ ପ୍ରମାଣିତ କରିଛି।
ଚନ୍ଦ୍ରଯାନ-୨ରୁ ମିଳୁଥିବା ସୂଚନା ବିଶ୍ଲେଷଣରୁ ଚନ୍ଦ୍ର ପୃଷ୍ଠର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ତାହା ହେଉଛି ଆଗ୍ନେୟଗିରି। ଚନ୍ଦ୍ରପୃଷ୍ଠରେ ଅନେକ ଛୋଟ, ବଡ ଜୀବନ୍ତ ଆଗ୍ନେୟଗିରି ଥିବାର ପ୍ରଥମଥର ଜଣାପଡିଛି।

ଚନ୍ଦ୍ରଯାନ-୨ର ଉନ୍ନତ କ୍ୟାମେରା ଗର୍ତ୍ତମାନଙ୍କ ଭୌତିକ ସଂରଚନାର ଫଟୋ ନେବାରେ ସକ୍ଷମ ହୋଇଥିବା ବେଳେ ଏସଏଆର ରାଡାରର ରିମୋଟ ସେନସିଂ ଉପକରଣ ଚନ୍ଦ୍ରଙ୍କ ଆଭ୍ୟନ୍ତରିଣ ସଂରଚନାର ଯାଞ୍ଚ କରୁଛି।

ତେବେ ଚନ୍ଦ୍ରଯାନ-୨ ଉଲକା, ଧୂମକେତୁ ଓ ମହାକାଶ ପିଣ୍ଡ ଯୋଗୁ ଚନ୍ଦ୍ରରେ ପଡିଥିବା ପ୍ରଭାବର ବିସ୍ତୃତ ବିବରଣୀ ପ୍ରଦାନ କରୁଛି। ଏହାଛଡା ନୂଆ ଯନ୍ଦ୍ରଯାନରେ ଥିବା ‘ଏସ’ ଓ ‘ଏଲ’ ବ୍ୟାଣ୍ଡ କ୍ୟାମେରା ଏବେ ଚନ୍ଦ୍ରଙ୍କ ଧ୍ରିବ ଅଞ୍ଚଳର ଛବି ପ୍ରେରଣ କରିବ। ଏଥିରୁ ଚନ୍ଦ୍ରରେ ବରଫ ଓ ପାଣିର ପୂର୍ଣ୍ଣ ଚିତ୍ର ମିଳିପାରିବ ବୋଲି ଇସ୍ରୋ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

18 + 12 =