ରାଜ୍ୟ ଠାରୁ ୫୦୦ କିମି ଦୂରରେ ପଙ୍ଗପାଳ

ଭୁବନେଶ୍ବର() ଓଡିଶା ଠାରୁ ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଥିବା ନେଇ ସୂଚନା ମିଳଛି । ଓଡିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଥିବା କହିଲେ କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର। ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ପାଇଁ ଚାଲିଛି ମକ୍ ଡ୍ରିଲ । କଳ୍ପନା ଫାୟାର ଷ୍ଟେସନ ପଛ ପଟେ ଚାଲିଛି ମକ୍ ଡ୍ରିଲ । ମକ ଡ୍ରିଲ କରୁଛି ଅଗ୍ନିଶମ ବିଭାଗ କର୍ମଚାରୀ ।

ଅନ୍ୟପଟେ ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତି । ସରକାରୀ ସ୍ତରରେ ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଅଗ୍ନିଶମ ଆଇଜି କହିଛନ୍ତି, ପ୍ରତି ଜିଲ୍ଲା ସ୍ତରରେ ଏକ କମିଟି ଗଠନ ପାଇଁ ଯୋଜନା କରାଯାଇଛି । ବଡ ବଡ ଗଛରେ ଏକବିଶେଷ ଧରଣର ରସାୟନ ସ୍ପ୍ରେ କରାଯିବ ପାଇଁ ଯୋଜନା କରିଛି ଅଗ୍ନିଶମ ବିଭାଗ । ପଙ୍ଗପାଳ ଏହି ସ୍ପେ ସଂସ୍ପର୍ଶରେ ଆସିରେ ଗତିପଥ ବଦଳାଇବାକୁ ବାଧ୍ୟ ହେବ ।

Share

Leave a Reply

Your email address will not be published. Required fields are marked *

five + 14 =