ସେନାପଟା ପାଇଁ ପହଂଚିଲା ବଉଳା କାଠ

ପୁରୀ() ପୁରୀରେ ପହଂଚିଲା ବଉଳା କାଠ । ସେନାପଟା ଲାଗି ସତ୍ୟବାଦୀର ଅଜାଘରୁ ଆସିଛି କାଠ । ବିଲ ସାହିରୁ ଚିହ୍ନଟ ହୋଇଥିବା ଗଛକୁ କଟାଯାଇଥିଲା । ଏହାପରେ ଭଜନ କୀର୍ତନ ସହ ଏକ ସୁସଜ୍ଜିତ ଶଗଡରେ ତିନି ଖଣ୍ଡ କାଠକୁ ପାଟବସ୍ତ୍ରରେ ଆଚ୍ଛାଦିତ କରି ତୁୁଳସୀ ଓ ଫୁଲର ଟାହିଆ ଲଗାଯ୍ଧବ ପୁରୀକୁ ଅଣାଯାଇଥିଲା । ଏହି କାଠକୁ ମହାପ୍ରଭୁଙ୍କ ପହଣ୍ଡିରେ ସେନାପଟା ପାଇଁ ବ୍ୟବହାର କରାଯାଏ । ଏହି କାଠକୁ ଆଣିଥିବାରୁ ନିଜକୁ ବେଶ ଭାଗ୍ୟବାନ ମେନ କରିଛନ୍ତି ଶଗଡିଆ । 

ସେପଟେ ଆସନ୍ତା ୫ ତାରିଖରେ ସ୍ନାନଯାତ୍ରା । ଏହା ଶ୍ରୀମନ୍ଦିର ପରିସର ଭିତରେ ଅନୁଷ୍ଠିତ ହେବ । ତେଣୁ କୋଭିଡ୍ ନିୟମକୁ ଦେଖି କଟକଣା ଭିତରେ ସ୍ନାନଯାତ୍ରା ପାଳନ ଲାଗି ନିଷ୍ପତ୍ତି ହୋଇଛି । କୌଣସି ଭକ୍ତ ଯେଭଳି ବଡଦାଣ୍ଡକୁ ନଆସନ୍ତି ସେଥିପାଇଁ ଜୁନ୍ ୪ ତାରିଖ ରାତିରୁ ବଡଦାଣ୍ଡରେ ୧୪୪ ଧାରା ଜାରି କରାଯିବ ଲାଗି ନିଷ୍ପତ୍ତି । ସେଥିପାଇଁ ଟିଭିରେ କେବଳ ଶ୍ରୀଜିଉଙ୍କ ସ୍ନାନ ନୀତି ଏବଂ ଗଜ ବେଶ ଦର୍ଶନ କରିବେ ଭକ୍ତ ।

Share

Leave a Reply

Your email address will not be published. Required fields are marked *

4 + eight =