ଯୁଗସାରଥୀ ବିଜୁ ପଟ୍ଟନାୟକ

ଭୁବନେଶ୍ୱର() ଆଜି ପଞ୍ଚାୟତିରାଜ ଦିବସ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ଗୁରୁବାର ସକାଳେ ଭୁବନେଶ୍ୱରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା ।

ଏହା ପରେ ମୁଖ୍ୟମନ୍ତ୍ରୀ କଟକ କିଲ୍ଲା ପଡିଆରେ ପହଂଚିଥିଲେ । ତଳ ବାଲିଯାତ୍ରା ପଡିଆରେ ପହଞ୍ଚି ଏସସିବି ମେଡିକାଲର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ବିଜୁବାବୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ମୋଦୀ ୧୯୪୫ ମସିହାର ଏକ ଦସ୍ତାବିଜ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆତ୍ମଗୋପନ କରିଥିବା ଲୋହିଆଙ୍କୁ ବିମାନରେ ନେଇଥିଲେ ବିଜୁବାବୁ ।’ ତତକାଳୀନ ଗୁଇନ୍ଦା ବିଭାଗର ଏସମ୍ପର୍କିତ ଚିଠିକୁ ଟ୍ୱିଟ୍ କରି ଓଡିଶାର ବିକାଶ ଓ ଦେଶର ପ୍ରଗତି ପାଇଁ ବିଜୁଙ୍କ ଉଦ୍ୟମକୁ ପ୍ରଂଶସା କରିଛନ୍ତି ମୋଦୀ ।

ସେହିପରି ମହାନ ଜନନାୟକ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଦେଶର ସ୍ୱାଧୀନତାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ବିଜୁଙ୍କ ଆଦର୍ଶରେ ନୂଆ ଓଡିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।’

Share

Leave a Reply

Your email address will not be published. Required fields are marked *

4 × 3 =