ମାନସ ହତ୍ୟା: ସତ ମାନିଲା ରଞ୍ଜନ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ନେଇ କ୍ରାଇମବ୍ରାଞ୍ଚ ତରଫରୁ ବଡ ସୁଚନା ମିଳିଛି । ମାନସଙ୍କୁ ହତ୍ୟା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଥିବା କହିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମାନସକୁ ଅପହରଣ କରିଥିବା ମାନିଛି ରଞ୍ଜନ । ଚଣ୍ଡିଖୋଲରୁ ୨ କିଲୋମିଟର ଦୂର ଶଙ୍ଖାରିଗଡର ଏକ ସ୍ଥାନକୁ ଆଜି ରଞ୍ଜନକୁ ନେଇଥିଲା କ୍ରାଇମବ୍ରା । ତଦନ୍ତ ପରେ ଧିରେ ଧିରେ ସତ ସାମ୍ନାକୁ ଆସୁଛି । ପଳାସପୁରରୁ ମାନସଙ୍କୁ ୫ ଜଣ ମିଶି ଅପହରଣ କରିଥିଲେ । ଅପହରଣରେ ସାମିଲ ନଥିଲେ ନିରଞ୍ଜନ ସେଠୀ । ଅପହରଣ ପରେ ଦୟାଲ ଆଶ୍ରମକୁ ଆଣିଥିଲେ । ଦୟାଲ ଆଶ୍ରମରେ ମାନସଙ୍କୁ ପିଟି ପିଟି ମାରିଥିଲେ । ଯେଉଁମାନଙ୍କ ମଧ୍ୟରେ ନିରଞ୍ଜନ ସାମିଲ ହୋଇ ମାନସଙ୍କୁ ପିଟିଥିଲେ । ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ଶବ ରଣପୁର ନେଇଥିଲେ । ନୟାଗଡ ରଣପୁର ଅଞ୍ଚଳରେ ଶବ ପୋତିବା ପରେ ସେଠୁ ଫେରିଥିଲେ । ଫେରିବାବେଳେ ଚଣ୍ଡିଖୋଲ ନିକଟରେ ଏକ ଶାଢୀ ଏବଂ ଅଖା ବ୍ୟାଗ , ମାନସଙ୍କ ଚପଲ , ଇୟର ଫୋନ ପୋଡିଥିଲେ । ସବୁ ସତ ମାନିଛି ରଞ୍ଜନ ।

Share

Leave a Reply

Your email address will not be published. Required fields are marked *

four × four =