ଆୟୁଷ୍ମାନ ଯୋଜନାରୁ ଓହରିବାର 6ଟି କାରଣ

ଭୁବନେଶ୍ବର () ଆୟୁଷ୍ମାନ ଯୋଜନାରୁ ଓହରି ଓଡିଶା ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିବା ପରେ ହେଉଥିବା ରାଜନୈତିକ ସମାଲୋଚନାର ଜବାବ ଦେଇଛି ବିଜେଡି  । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ପ୍ରତାପ ଦେବ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନାରେ ସାମିଲ ନହେବା 6ଟି କାରଣ ଦର୍ଶାଇଛନ୍ତି। କେନ୍ଦ୍ରୀୟ ଯୋଜନାକୁ ହଡପ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରିକଳ୍ପନା କରାଯାଇନି । ଆୟୁଷ୍ମାନ ଯୋଜନା ଏକ ଇନ୍ସୁରାନ୍ସ ଭିତିକ ଯୋଜନା ହୋଇଥିଲା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନିର୍ଭର ପ୍ରତିଶୃତି ଭିତିକ ଯୋଜନା । ଆୟୁଷ୍ମାନ ଯୋଜନାରେ ରାଜ୍ୟର 61 ଲକ୍ଷ ପରିବାର ସାମିଲ ହେବେ । କିନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଜନା, ଯେଉଁଥିରେ ରାଜ୍ୟର 70 ଲକ୍ଷ ପରିବାର ସାମିଲ ହେବେ ।

2014 ନିର୍ବାଚନ ଇସ୍ତାହାରରେ ବିଜେଡି ଏନେଇ ଘୋଷଣା କରିଥିଲା । ଆୟୁଷ୍ମାନ ଯୋଜନାରେ ସାମାଜିକ ଅର୍ଥନୈତିକ ଓ ଜାତୀଭିତିକ ସର୍ଭେ ରିପୋର୍ଟ ଆଧାରରେ ହିତାଧିକାରୀ ଚୟନ କରିଯିବା । ଏହି ସର୍ଭେ ରିପୋର୍ଟରେ ତ୍ରୁଟି ରହିଥିବା ପୂର୍ବରୁ ଆପତ୍ତି ଉଠାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ସମୟରେ ମଧ୍ୟ ଏହି ସର୍ଭେ ଆଧାରରେ ହିତାଧିକାରୀ ଚୟନ ନେଇ ଉପୁଜିଥିବା ସମସ୍ୟା ସଂପର୍କରେ ରାଜ୍ୟ ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ଆୟୁଷ୍ମାନ ଯୋଜନାରେ ବଦ ପଡୁଥିବା 9 ଲକ୍ଷ ପରିବାରକୁ ସାମିଲ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦୁଇ ଦୁଇ ଥର ଦାବି କରିଥିଲେ  । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଅଗ୍ରାହ୍ୟ ପ୍ରକାଶ କରିବା ସହ ରାଜ୍ୟ ସରକାର ନିଜସ୍ବ ଯୋଜନା କରିବାକୁ ପରାମର୍ଶ ଦେଇଥିବା ସେ କହିଛନ୍ତି ।

ସେହିପରି ସହରାଂଚଳ ହିତାଧିକାରୀ ଚୟନ ପ୍ରକ୍ରିୟା ମଧ୍ୟ ଏକ ବିଳମ୍ବିତ ପ୍ରକ୍ରିୟା । ସର୍ବୋପରି ଆୟୁଷ୍ମାନ ଯୋଜନା କେବେଠାରୁ କାର୍ଯ୍ୟକାରୀ କରାଯିବ ତାହା ସ୍ଥିର ହୋଇନି । କେନ୍ଦ୍ରୀୟ ଯୋଜନାରେ ରହିଥିବା ଏମିତିକିଛି ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ରାଜ୍ୟ ସରକାର ନିଜସ୍ବ ଯୋଜନା ଲାଗୁ କରିଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି । ଆୟୁଷ୍ମାନ ଯୋଜନା କେନ୍ଦ୍ର-ରାଜ୍ୟ 60-40 ଅଂଶଧନରେ କାର୍ଯ୍ୟକାରୀ ହୋଇଥାନ୍ତା  । ତାବାଦେ ରାଜ୍ୟ ସରକାରଙ୍କ ଉପରେ ବୈଷୟିକ ଓ ମାନବ ସମ୍ବଳ ନିଯୁକ୍ତି ଭାର ପଡିଥାନ୍ତା  । ରାଜ୍ୟର ଏହି ନିଜସ୍ବ ଯୋଜନା ପାଇଁ ରାଜ୍ୟ ଉପରେ ବାର୍ଷିକ ପ୍ରାୟ 650 କୋଟି ଟଙ୍କାର ଆର୍ଥିକ ବୋଝ ପଡିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × four =