ମରୁଡ଼ି ସ୍ଥିତି ନେଇ ବସିଲା ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର:  ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସବୁ ଜିଲ୍ଲାପାଳ ଭିସି ଜରିଆରେ ଯୋଗ ଦେଇଛନ୍ତି । ୧୫ଟି ଜିଲ୍ଲାର ୩୦ଟି ବ୍ଲକରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ଯେଉଁଠି କମ୍ ବର୍ଷା ହୋଇଛି , ସେଠାରେ ଉଠା ଜଳସେଚନ ଜରିଆରେ ଚାଷଜମିକୁ ପାଣି ଯୋଗାଇ ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଆକସନ୍ ପ୍ଲାନ ପ୍ରସ୍ତୁତ ହୋଇଛି । କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ । ଅନ୍ୟ ଜଳସେଚନ ସୁବିଧାକୁ ବ୍ୟବସ୍ଥିତ କରାଯିବ । ବୈଠକରେ ବର୍ଷା ଓ ଖରିଫ ଚାଷର ସ୍ଥିତିର ସମୀକ୍ଷା ହୋଇଛି । ବୈଠକରେ ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନର , ବିଭିନ୍ନ ବିଭାଗର ସଚିବ,ପାଣିପାଗ ନିର୍ଦ୍ଦେଶକ ଓ ଓୟୁଏଟି କୁଳପତି ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

nineteen + nineteen =