ପୋଷ୍ଟରକୁ ନେଇ ବିବାଦରେ ପପୁ

ଭୁବନେଶ୍ୱର() ପୋଷ୍ଟରକୁ ନେଇ ବିବାଦରେ ହାସ୍ୟ ଅଭିନେତା ପପୁ ପମପମ । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ପୋଷ୍ଟରଟି ହେଉଛି ଅପକମିଂ ଓଲିଉଡ୍ ଫିଲ୍ମ ‘ମିଷ୍ଟର କହ୍ନେୟା’ର ବୋଲି କୁହାଯାଉଛି ।

ଏଥିରେ ପପୁ ପମପମ ଆକ୍ସନ ମହିଳାଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି । ପୋଷ୍ଟରରେ ପପୁଙ୍କୁ ଏକ ରଥର ସାରଥୀ ଭଳି ଚିତ୍ରଣ କରାଯାଇଛି । ଏହି ରଥର ଘୋଡ଼ା ଭାବେ ୭ ଜଣ ଯୁବତୀଙ୍କୁ ରଖାଯାଇଛି । ଯୁବତୀଙ୍କ ବେକରେ ରସି ବାନ୍ଧି ଲଗାମ ଧରିବା ପୋଜରେ ନଜର ଆସିଛନ୍ତି । ପପୁଙ୍କର ଏହି ଅବତାରକୁ ଦର୍ଶକ ପସନ୍ଦ କରିବା ପରିବର୍ତ୍ତେ କଡା ଭାଷାରେ ସମାଲୋଚନା କରିଛନ୍ତି । ଖାଲି ସମାଲୋଚନା ନୁହେଁ ସୋସିଆଲ ମିଡିଆରେ ଉଭୟ ପପୁ ଏବଂ ପ୍ରଯୋଜନା ସଂସ୍ଥାକୁ ବି ବିରୋଧ ମଧ୍ୟ କରିଛନ୍ତି ୟୁଜର୍ସ ।

ଏହି ପୋଷ୍ଟରରେ ନାରୀମାନଙ୍କୁ ଏ କି ସମ୍ମାନ ଦିଆଯାଇଛି ବୋଲି କିଛି ୟୁଜର ପ୍ରଶ୍ନ କରିବା ସହ ସିନେମା ପ୍ରଯୋଜନା ସଂସ୍ଥାଙ୍କୁ ଏହି ପୋଷ୍ଟରଟିକୁ ତୁରନ୍ତ ହଟାଇ ଦେବାକୁ ଅନୁରୋଧ କରିଛନ୍ତି ୟୁଜର୍ସ । ଏହା ସିନେମା ଜଗତକୁ କୁଠାରାଘାତ କରୁଛି । ଟଙ୍କା ଲୋଭରେ ବଶବର୍ତ୍ତି ହୋଇ ଆମ ସଂସ୍କୃତି , ପରମ୍ପରା , ଇମୋସନ ଭୁଲି ନ ଯିବାକୁ ଅନୁରୋଧ କରିଛନ୍ତି ୟୁଜର୍ସ ।

ପୂର୍ବରୁ କାଷ୍ଟିଂକାଉଚ୍ ଲାଗି ବଦନାମ୍ ହୋଇଥିବା ପପୁ ପୁଣି ଥରେ ମହିଳାଙ୍କୁ ଅପମାନ କରିବା ଭଳି ପୋଷ୍ଟରରେ ଦେଖାଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

four × 1 =