ଚାଷୀର ଉନ୍ନତି ପାଇଁ କେନ୍ଦ୍ର ନିକଟରେ ୬ଟି ପ୍ରସ୍ତାବ ଉପସ୍ଥାପନ

ଭୁବନେଶ୍ୱର()  ମୁମ୍ବାଇରେ ନୀତି ଆୟୋଗ ବୈଠକ ଶେଷ ହୋଇଛି । ନିତି ଆୟୋଗ ବୈଠକରେ ଚାଷ ଓ ଚାଷୀର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଓଡ଼ିଶା ପକ୍ଷରୁ କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକରେ ଯୋଗ ଦେଇଛନ୍ତି । ବୈଠକରୁ ଓଡ଼ିଶା ଫେରିବା ପରେ ରାଜ୍ୟ କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଚାଷୀଙ୍କ ଉନ୍ନତି ଓ ଅଧିକାର ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ୬ଟି ପ୍ରସ୍ତାବ ଉପସ୍ଥାପନ କରିଛି । ପ୍ରଥମତଃ ଭାଗଚାଷୀ ଯେପରୀ ସହଜରେ କୃଷି ଋଣ ପାଇବେ ସେ ନେଇ ପ୍ରସ୍ତାବ ଦିଆଯାଇଛି । ସେହିପରି ଉଦ୍ୟାନ କୃଷି ଓ ପଶୁ ପାଳନର ଉନ୍ନତି ପାଇଁ ପ୍ରସ୍ତାବ ରହିଛି । ଏହା ସହିତ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସରକାରଙ୍କ ବିଭିନ୍ନ ବୀମାରେ ଅନ୍ତର୍ଭୁକ୍ତ କରିବା, କୃଷକଙ୍କ ଦକ୍ଷତା ବିକାଶ ଓ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଚାଷ ପ୍ରଣାଳୀଙ୍କୁ ସୁଦୃଢ଼ ପାଇଁ ପ୍ରସ୍ତାବ ଦିଆଯାଇଥିବା କୃଷି ମନ୍ତ୍ରୀ କହିଛନ୍ତି ।

ବ୍ୟବସାୟ ପାଇଁ କୌଶଳ ବିକାଶ ଓ ଦକ୍ଷତା ଶିଖାଯିବା ଓ ପାରମ୍ପରିକ ଚାଷ ବଦଳରେ ଅର୍ଥନୈତିକ ଫାଇଦା ଦେଉଥିବା ଚାଷକୁ ଉତ୍ସାହିତ କରାଯିବା ନେଇ ଦାବୀ ରଖିଛନ୍ତି କୃଷି ମନ୍ତ୍ରୀ । ଉନ୍ନତ ମାନର ସାଟେଲାଇଟ ଓ ମାପିଙ୍ଗ ଭଳିି ଜ୍ଞାନକୌଶଳକୁ ବ୍ୟବହାର କରାଯାଉ । ଏହାସହ ୨ସପ୍ତାହ ମଧ୍ୟରେ ଅନ୍ୟକିଛି ପ୍ରସ୍ତାବ ଦେଇପାରେ ଓଡିଶା ।

Share

Leave a Reply

Your email address will not be published. Required fields are marked *

7 − 3 =