ମିଶନ ଶକ୍ତିର ମା ମାନେ ହିଁ ପ୍ରକୃତ କରୋନା ଯୋଦ୍ଧା

ଭୁବନେଶ୍ୱର () ରାଜ୍ୟର ଗ୍ରାମାଞ୍ଚଳରେ ନିଜ ଜୀବନକୁ ବାଜି ଲଗେଇ କରୋନା ସହ ଲଢୁଥିବା ଲକ୍ଷଲକ୍ଷ ମା ଭଉଣୀ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା । ସେମାନଙ୍କ ସାହସ ଓ ଶୃଙ୍ଖଳା ଯୋଗୁଁ ହିଁ ସାମାଜିକ ସଂକ୍ରମଣ ହୋଇନାହିଁ । ମା ଓ ଭଉଣୀମାନେ ଏଇ ସାହସ, ତ୍ୟାଗ ଓ ନିର୍ଭିକତାର ସହ ଆଉ ଦୁଇ ମାସ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ । ମିଶନ ଶକ୍ତିର ମା ମାନେ କରୋନା ଲଢେଇ ଆରମ୍ଭରୁ ହିଁ ଉତ୍ସାହ ଓ ନିଷ୍ଠାର ସହ ନିଜ ନିଜ ଗାଁ, ପଲ୍ଲୀ ଓ ୱାର୍ଡରେ କାମ କରୁଛନ୍ତି । ପ୍ରକୃତରେ ସେମାନେ ହିଁ କରୋନା ଯୁଦ୍ଧ ଲଢୁଛନ୍ତି ।

ଘରେ ବସି ମିଶନ ଶକ୍ତିର ମା ଭଉଣୀମାନେ ୪୦ ଲକ୍ଷରୁ ଅଧିକ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିଛନ୍ତି । ୮ହଜାର ମହିଳା ଲୋକଙ୍କ ଘରେ ପରିବା ଓ ରାସନ ପହଁଚାଇଛନ୍ତି । ପଂଚାୟତସ୍ତରରେ ଦେଢ କୋଟିରୁ ଅଧିକ ମିଲ ତିଆରି କରି ଅସହାୟ ଓ ନିରାଶ୍ରୟଙ୍କୁ ପ୍ରଦାନ କରିଛନ୍ତି ମା ଭଉଣୀମାନେ । କେବଳ କରୋନା ଯୁଦ୍ଧରେ ବିଜୟ ହାସଲରେ ସରକାରଙ୍କୁ ସହଯୋଗ କରିନାହାଁନ୍ତି ବରଂ ଗ୍ରାମୀଣ ଅର୍ଥନୀତିର ସୁଧାର ପାଇଁ ସେମାନେ ବଡ ଭୁମୀକା ନେଇଛନ୍ତି । ମାଛ ଚାଷରୁ ଆରମ୍ଭ କରି ଛତୁ, ପନିପରିବା, ପିଡିଏସ ସାମଗ୍ରୀ ବଣ୍ଟନ, ମନରେଗା ଆଦି କାର୍ଯ୍ୟର ମଧ୍ୟ ନେତୃତ୍ୱ ନେଉଛନ୍ତି । କିଛି ଜିଲ୍ଲାରେ ମହିଳାମାନେ କ୍ୱାରେଣ୍ଟାନ ସେଣ୍ଟରର ପରିଚାଳନା ଦାୟିତ୍ୱ ନେଇଛନ୍ତି ବୋଲି ସେ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ବିରୋଧରେ ଲଢେଇ କରିଥିଲେ । ସେମାନଙ୍କ ଦ୍ୱାରା ୭ ଜଣ ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଲଢେଇ ଥିଲା ନିଜାମୁଦ୍ଦିନ ଫେରାନ୍ତଙ୍କ ଦ୍ୱାରା ସଂକ୍ରମଣ ବିରୋଧରେ । ଏହି ପର୍ଯ୍ୟାୟରେ ୪୧ ଜଣ ସଂକ୍ରମିତ ହୋଇଥିଲେ । ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଦ୍ୱାରା ସଂକ୍ରମଣ ବିରୋଧରେ ଲଢେଇ ହୋଇଥିଲେ । ଏଥିରେ ୧୦୦ରୁ ଅଧିକ ସଂକ୍ରମିତ ହୋଇଥିଲେ । ଏବେ ପ୍ରବାସୀଙ୍କ ଓଡିଶା ଫେରନ୍ତା ଦ୍ୱାରା ସମ୍ଭାବ୍ୟ ସଂକ୍ରମଣ ବିରୋଧରେ ଚାଲିଛି ଲଢେଇ । ପ୍ରଥମ ତିନୋଟି ପର୍ଯ୍ୟାୟରେ ରାଜ୍ୟ ସରକାର ବିଜୟ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟଟି ରାଜ୍ୟ ପାଇଁ ଏକ ଚ୍ୟାଲେଞ୍ଜ । ଏହାର ମୁକାବିଲାରେ ମଧ୍ୟ ମା ମାନଙ୍କ ଭୁମୀକା ଗୁରୁତ୍ୱପୂର୍ଣ୍ଣ ।

ବାହାରୁ ଫେରୁଥିବା ସ୍ୱାମୀ, ଭାଇ ଓ ପୁଅଙ୍କୁ ଫେଟିବାକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଆନ୍ତୁ ନାହିଁ କି ସେମାନଙ୍କୁ ଲୁଚିକି ଘରେ ଆସି ପଖାଳ ଗଣେ୍ଡ ଖାଇବାକୁ ଅନୁମତି ଦିଅନ୍ତୁ ନାହିଁ । ଫେରୁଥିବା ସଦସ୍ୟଙ୍କୁ ୨୧ ଦିନ କ୍ୱାରେଣ୍ଟାଇନର ନିୟମ ମାନିବାକୁ ସେମାନଙ୍କୁ ବାଧ୍ୟ କରନ୍ତୁ । ଏହା କେବଳ ମା ମାନଙ୍କ ଦ୍ୱାରା ହିଁ ସମ୍ଭବ । ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ନିଦେ୍ର୍ଦଶିକା ସୁଜାତା କାର୍ତ୍ତାକେୟନ । ସେହିଭଳି କ୍ୱାରେଣ୍ଟାଇନ ସେଣ୍ଟରରେ ମଧ୍ୟ ମଉସା, ପିଇସା, ପୁଅର ସମ୍ପର୍କ ରଖନ୍ତୁ ନାହିଁ । ଏହାଦ୍ୱାରା ସେମାନେ ନିଜ ପରିବାରକୁ ଅସୁରକ୍ଷିତ କରିଦେବେ । କାରଣ ଭୂତାଣୁ ସଂକ୍ରମଣ ବେଳେ ସମ୍ପର୍କ ଦେଖେନାହିଁ ।

Share

Leave a Reply

Your email address will not be published. Required fields are marked *

9 − 4 =