ସ୍ଥଳଭାଗ ଛୁଇଁଲା ତିତଲି, ଜିରୋ କାଜୁଆଲିଟି

ଭୁବନେଶ୍ବର (): ଦକ୍ଷିଣ ପୂର୍ବ ଗୋପାଳପୁର ଛୁଇଁଛି ତିତଲି । ସକାଳ ସାଢ଼େ ଚାରିଟା ବେଳକୁ ଏହାର ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ରେକର୍ଡ଼ କରାଯାଇଥିବା ଭାରତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାପରେ ପବନର ବେଗ ଧୀରେ ଧୀରେ କମିଥିଲା । ବାତ୍ୟା ଦୁର୍ବଳ ହେବାରୁ ପବନର ବେଗ କମିଥିବା ନେଇ ସୂଚନା ମିଳିଛି । ପାହାନ୍ତା ସାଢ଼େ ଚାରିଟାରୁ ବାତ୍ୟାର ବାହାର ଆଖି ପ୍ରବେଶ ଆରମ୍ଭ ହୋଇଥିଲା । ଏହାର ଦୁଇରୁ ତିନିଘଣ୍ଟା ଭିତରେ ବାତ୍ୟାର କେନ୍ଦ୍ରସ୍ଥଳ ଓଡ଼ିଶା ଉପକୂଳ ପାର କରିବ ବୋଲି ବିଭାଗ କହିଥିଲା ।

ସକାଳ ଛଅଟାରେ ଆଇଏମ୍‍ଡି ପକ୍ଷରୁ ପ୍ରକାଶିତ ବୁଲେଟିନ୍‍ରେ ଗୋପାଳପୁରରେ ପବନର ବେଗ ୧୦୨ କିଲୋମିଟରକୁ ଖସିଥିବା ସୂଚନା ମିଳିଛି । କଳିଙ୍ଗପାଟନମରେ ପବନର ବେଗ ମାତ୍ର ୫୬ କିଲୋମିଟର ରେକର୍ଡ଼ କରାଯାଇଛି । ଏବେ ବାତ୍ୟା ତିତଲିର କେନ୍ଦ୍ରସ୍ଥଳ ସ୍ଥଳଭାଗରେ ରହିଛି । ଏହାର ଅର୍ଥ ବାତ୍ୟା ଦୁର୍ବଳ ହୋଇଛି ବୋଲି କୁହାଯାଇଛି ।

ଏବେ ଆଉ ଆତଙ୍କ ହେବାର ଆବଶ୍ୟକତା ନାର୍ହି । କାରଣ ବଦନର ବେଗ ଆଉ ବଢ଼ିବାର ନାହିଁ । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାହେବା ସ୍ବାଭାବିକ । ଅତି ପ୍ରବଳ ବର୍ଷା ମଧ୍‍ୟ ହୋଇପାରେ । ଏହାଦ୍ୱାରା ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ । ପାଖାପାଖି ୧୫ ସେଣ୍ଟିମିଟର ଯାଏ ବର୍ଷା ରେକର୍ଡ କରାଯିବା ଆଶଙ୍କା ରହିଛି ।

https://www.youtube.com/watch?v=T6rRjyrXRlo

https://www.youtube.com/watch?v=8GaIjAmU9ck

Share

Leave a Reply

Your email address will not be published. Required fields are marked *

19 + seven =