ତିତଲି ଆତଙ୍କ : 3 ଲକ୍ଷ ଲୋକ ସ୍ଥାନାନ୍ତରିତ

ଭୁବନେଶ୍ୱର, (): ବାତ୍ୟା ତିତଲିର ଲ୍ୟାଣ୍ଡଫଲ ଗୁରୁବାର ସକାଳୁ ହେବ । ସକାଳ ସାଢ଼େ ପାଞ୍ଚଟା ବେଳକୁ ତିତଲିର କେନ୍ଦ୍ରସ୍ଥଳ ଗୋପାଳପୁର ନିକଟସ୍ଥ ସ୍ଥଳଭାଗକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୬୫କିଲୋମିଟରକୁ ଛୁଇଁପାରେ ବୋଲି ସେ ଆଶଙ୍କା କରିଛନ୍ତି । ଏହାଛଡ଼ା ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସମ୍ଭାବ୍ୟ ବିପର୍ଯ୍ୟୟକ ମୁକାବିଲା କରିବାପ ।ଇଁ ରାଜ୍ୟ ସରକାରଙକ୍ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ପାଖାପାଖି ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ଅଚାନକ ଗସ୍ତରେ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ନିୟମିତ ସ୍ଥିତିର ଯାଞ୍ଚ ସହ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଗୁରୁବାର ଏହି ବାତ୍ୟା କଳିଙ୍ଗପଟନମ୍ ଏବଂ ଗୋପାଳପୁର ମଧ୍ୟରେ ଓଡ଼ିଶା ପାର କରିବ । ସକାଳ ସାଢ଼େ ୫ଟାବେଳକୁ ସର୍ବାଧିକ ପବନ ଘଣ୍ଟାପ୍ରତି ୧୬୫ କିଲୋମିଟର ରହିବା ଆଶଙ୍କା ରହିଛି । ଲ୍ୟାଣ୍ଡଫଲ୍ ପରେ ଏହି ବାତ୍ୟା ଦୁର୍ବଳ ହେବ ଏବଂ ପବନର ବେଗ କମିବ । ଘଣ୍ଟାପ୍ରତି ପାଖାପାଖି ୬୦ କିଲୋମିଟରକୁ ଖସିଆସିବ । କିନ୍ତୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଯାହାଫଳରେ ବଂଶଧାରା ଏବଂ ଋଷିକୂଲ୍ୟା ନଦୀ ଫୁଲିବା ଆଶଙ୍କା ରହିଛି । ଏପରିକି ଏହି ନଦୀରେ ବନ୍ୟା ବି ଆସିପାରେ । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଏନେଇ ସମୀକ୍ଷା କରିଛନ୍ତି । ଜଳସମ୍ପଦ ବିଭାଗର ବିଭିନ୍ନ ଯନ୍ତ୍ରୀଙ୍କୁ ଏନେଇ ସତର୍କ ରହିବାକୁ କୁହାଯାଇଛି । ବନ୍ୟା ଆସିବା ଆଶଙ୍କା ଥିଲେ ମଧ୍ୟ ତାହା କେତେ ଭୟଙ୍କର ହେବ ତାହା ଜଣା ନାହିଁ । ହେଲେ ଆମେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ ବୋଲି ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି । ଏ ସମ୍ପର୍କରେ ସେ ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ ପାଣିପାଗ ବିଭାଗ ( ଆଇଏମ୍ଡି) ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି, ବିଶାଖାପାଟନମ୍, ଗୋପାଳପୁର ଏବଂ ପାରାଦୀପଠାରେ ସ୍ଥାପିତ ପାଣିପାଗ ସମ୍ବନ୍ଧୀୟ ଡପଲର ରାଡାରରେ ଏବେ ବାତ୍ୟା ତିତଲିର ପ୍ରତିଟି ଗତିବିଧି ସ୍ପଷ୍ଟ ବାରି ହୋଇପାରୁଛି । ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଶରତଚନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ରାତି 1ଟା ବେଳକୁ ବାତ୍ୟାର କେନ୍ଦ୍ରସ୍ଥଳ ଗୋପାଳପୁରର ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଦିଗରେ 130 କିଲୋମିଟର ଦୂରତାରେ ଠାବ କରାଯାଇଛି । ବୁଧବାର ସନ୍ଧ୍ୟାରେ ଗୋପାଳପୁରଠାରେ ପବନ 100 କିଲୋମିଟର ବେଗରେ ରେକର୍ଡ଼ କରାଯାଇଛି ।

ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଏହି ବାତ୍ୟାଦ୍ୱାରା ଅଧକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ‘ତିତ୍ଲି’ କ୍ରମଶଃ ଦୁର୍ବଳ ହେବ । କିନ୍ତୁ ବାତ୍ୟା କ୍ରମଶଃ ଡିପ୍ରେସନ୍ରେ ପରିଣତ ହୋଇ ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବା ସମୟରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା କରାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ତଳି ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଏଥିରେ ମହିଳା, ଶିଶୁଙ୍କ ସହ ବୃଦ୍ଧବୃଦ୍ଧାଙ୍କୁ ପ୍ରାଥମିକତା ଦିଆଯାଉଛି । ମହିଳାଙ୍କ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଭାବେ ମୋବାଇଲ ଓମେନ ପୋଲିସ ୟୁନିଟ ବା ସୁରକ୍ଷାକୁ ନିୟୋଜିତ କରାଯାଇଛି । ଗୋପାଳପୁର ଅଂଚଳରୁ କେବଳ 2 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × 4 =