ଅମରେଶ ଜେନାଙ୍କ ଦଳୀୟ ପ୍ୟାଡର ଦୁରୂପଯୋଗ

ଭୁବନେଶ୍ୱର () ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତିଙ୍କ ଦଳୀୟ ପ୍ୟାଡର ଦୁରୂପଯୋଗ ହୋଇଥିବା ଅଭିଯୋଗ ହୋଇଛି । ବିଜେଡିର ଜଣେ ମନ୍ତ୍ରୀଙ୍କ ବିରୋଧରେ ଏହି ପ୍ୟାଡର ଵ୍ୟଵହାର କରାଯାଇଥିବା ଜଣାପଡିଛି । ଏହି ପ୍ୟାଡ଼ରେ ଜଣେ ମନ୍ତ୍ରୀଙ୍କ ବିରୋଧରେ ଲେଖାହୋଇ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯାଇଛି । ଏହି ଘଟଣାରେ ଜିଲ୍ଲା ସଭାପତି ଅମରେଶ ଜେନା ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ବିଜେଡିର ପଦଯାତ୍ରାରେ ଉକ୍ତ ମନ୍ତ୍ରୀ ଦଳର ଆଗଧାଡ଼ିର ନେତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆସିଥିଲା । ମାତ୍ର ଏହାକୁ ନେଇ କୌଣସି ନେତା କିଛି ମତବ୍ୟକ୍ତ କରିନଥିଲେ । କିଛି ଦଳୀୟ କର୍ମୀଙ୍କ ଅସନ୍ତୋଷ ମଧ୍ୟରେ ଜଣେ କେହି ବ୍ୟକ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି ଅମରେଶ ଜେନା (ବାଇଁଆ)ଙ୍କ ଦଳୀୟ ପ୍ୟାଡ଼ର ଦୁରୂପଯୋଗ କରିଥିବା ଘଟଣା ସମ୍ନାକୁ ଆସିଛି । ଉକ୍ତ ବ୍ୟକ୍ତି ଶ୍ରୀ ଜେନାଙ୍କ ପ୍ୟାଡ଼ରେ ମନ୍ତ୍ରୀଙ୍କ ବିରୁଦ୍ଧରେ ଲେଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିଥିଲେ ।

ଗଣମାଧ୍ୟମ ପ୍ରତିନିଧି ଏହାର ସତ୍ୟାସତ୍ୟ ଜାଣିବାକୁ ଶ୍ରୀ ଜେନଙ୍କୁ ଫୋନ କରିବା ପରେ ସେ ଏ ଘଟଣା ସମ୍ୱନ୍ଧରେ ଜାଣିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଶ୍ରୀ ଜେନା ଖୁବ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା କୌଣସି ବ୍ୟକ୍ତି ତାଙ୍କୁ ବଦନାମ କରିବାକୁ ହୀନପ୍ରାୟସ ବୋଲି କହିଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ କରିବେ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + 14 =