ରାଜନୈତିକ ହିଂସା : ବୁଥରେ ଉତ୍ତେଜନା, ଆକ୍ରମଣରେ ଏଜେଣ୍ଟ ଆହତ

ପିପିଲି ପୌର ନିର୍ବାଚନରେ ରାଜନୈତିକ ହିଂସା।। ପିପିଲି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ବେଳେ ବୁଥରେ ଏଜେଣ୍ଟଙ୍କୁ ଆକ୍ରମଣ। ଏଥିରେ ଏଜେଣ୍ଟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପିପିଲି ପୌର ନିର୍ବାଚନର ୭  ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଏଜେଣ୍ଟଙ୍କୁ ଆକ୍ରମଣ  କରାଯାଇଛି। ବିଜେପି ସମର୍ଥିତ ଏଜେଣ୍ଟ ଅନିଲ କୁମାର ସିଂଙ୍କୁ ବିଜେଡ଼ି ସମର୍ଥକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଅନିଲଙ୍କ ମୁଣ୍ଡରେ ଆଘାତ ଲାଗିଛି।  ତାଙ୍କୁ ଚିକିତ୍ସା ପାଇଁ ପିପିଲି ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି। ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ପରେ  ୯ ନମ୍ବର ବୁଥରେ  ଉତ୍ତେଜନା ଦେଖାଦେଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବୁଥ ପରିସରରେ ପୋଲିସ ମୃତୟନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

thirteen + eleven =