୨୪ ଘଣ୍ଟାରେ ୨,୭୬୭ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ୬୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୬୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨ ରେ ପହଂଚିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣରେ ୨୭୬୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଦେଶରେ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୧୧ କୁ ବୃଦ୍ଧି ପାଇଛି ।

ଏହାସହ ଦେଶରେ କରୋନାରୁ ମୋଟ ୧ କୋଟି ୪୦ ଲକ୍ଷ ୮୫ ହଜାର ୧୧୦ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସେହିପିରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଲକ୍ଷ ୮୨ ହଜାର ୭୫୧ ରେ ପହଂଚିଛି । ସେହିଭଳି ଗୋଟିଏ ଦିନରେ ୨ ହଜାର ୭୬୭ ଜଣଙ୍କ ମୃତ୍ୟୁ ହୋଇଛି । ୨ ଲକ୍ଷ ୧୭ ହଜାର ୧୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।ସେହିଭଳି ଦିଲ୍ଲୀରେ ୨୪,୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି ।

 
Share

Leave a Reply

Your email address will not be published. Required fields are marked *

one × 5 =