ମାନସ ସ୍ବାଇଁ ହତ୍ୟା ଘଟଣା : ଚାନ୍ଦବାଲି ଥାନାରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ  ଚାନ୍ଦବାଲି ଥାନରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ ଯେ, କ୍ୟାମେରାମ୍ୟାନ   ମାନସ ସ୍ବାଇଁ  ହତ୍ୟା ମାମଲାର ତଦନ୍ତ  କରିବାକୁ କ୍ରାଇମବ୍ରାଞ୍ଚକୁ  ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚର ୨ଟି ଟିମ୍‌ ତଦନ୍ତ କରିବ । କ୍ରାଇମବ୍ରାଞ୍ଚର ୨ଟି ଟେକ୍ନିକାଲ ଟିମ୍‌ ତଦନ୍ତ ପାଇଁ ଗଠନ କରାଯାଇଛି । ଡିଏସ୍‌ପିଙ୍କ ତତ୍ତ୍ବାବଧାନରେ ଟିମ୍‌ ଗଠନ ହୋଇଛି ।

ସୂଚନାଯୋଗ୍ୟ ଯେ ଗତ ଫେବୃୟାରୀ ୭ ତାରିଖରେ ମାନସ ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଳାଶପୁର ଗାଁରୁ ଭୁବନେଶ୍ବର ଫେରୁଥିଲେ। ଏହି ସମୟରେ ମାନସଙ୍କୁ ଅପହରଣ କରି ନେଇ ହତ୍ୟା କରି ନୟାଗଡ ଜିଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ବଧିପାଟରା ପାହଡ ନିକଟରୁ ମାତିତଳେ ମୃତଦେହ ପୋତି ଦେଇଥିଲେ। ତେବେ ମାନସ ନିଖୋଜ ନେଇ ଚାନ୍ଦାବାଲି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ମାଟିତଳୁ ମୃତଦେହ ବାହାର କରିଥିଲା। ଏକ ମୋମୋରି ଚିପକୁ ନେଇ କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ପ୍ରାଥିମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି। ତେବେ ଏହି ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଇଥିବା ଓ୍ବେବ୍ ପୋର୍ଟାଲ ମାଲକାରୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର ରହିଛନ୍ତି। ତାଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

5 × 3 =